୨୨ରେ ଭେଟେରାନ କ୍ରୀଡ଼ା ସଂଘର ବାର୍ଷିକ କ୍ରୀଡ଼ା
ବାଲେଶ୍ୱର : ଆସନ୍ତା ୨୨ ତାରିଖରେ ସ୍ଥାନୀୟ ପରମିଟ ପଡ଼ିଆରେ ଆୟୋଜିତ ହେବାକୁ ଯାଉଥିବା ବାର୍ଷିକ ଭେଟରାନ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭେଟେରାନ କ୍ରୀଡ଼ା ସଂଘ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା କର୍ମକର୍ତ୍ତାମାନେ କହିଛନ୍ତି । ଏହି କ୍ରୀଡ଼ା ପ୍ରତିଯୋଗିତାରେ ୪୦ ବର୍ଷରୁ ୮୦ ବର୍ଷ ପର୍ଯ୍ୟନ୍ତ ବୟସ୍କ ଉଭୟ ପୁରୁଷ ଓ ମହିଳା ଭେଟରାନ କ୍ରୀଡ଼ାବିତ ଅଂଶଗ୍ରହଣ କରିପାରିବେ । ମହିଳାମାନଙ୍କ ପାଇଁ ୱାକ, ଦୌଡ଼, ଡିକସ ଥ୍ରୋ, ଜେଭଲିନ ଥ୍ରୋ, ଫୁଟବଲ, ଭଲିବଲ, ମ୍ୟୁଜିକ ଚେୟାର ପ୍ରଭୃତି ବିଭାଗ ଓ ପୁରୁଷଙ୍କ ପାଇଁ ୱାକ, ଦୌଡ଼, ଫୁଟବଲ, ଭଲିବଲ, ସାଇକେଲ ଚାଳନା, ମୋଟର ସାଇକେଲ ଚାଳନା, ଦୌଡ଼ିଟଣା ଆଦି ଧାର୍ଯ୍ୟ ସମୟ ମଧ୍ୟରେ କ୍ରୀଡ଼ା ସଂଘର ସମ୍ପାଦକ ପଦ୍ମଲୋଚନ ଲେଙ୍କା ସୂଚନା ଦେଇଛନ୍ତି ।
