ମା’ ରାବାଣୀ ମକର ମେଳା କମିଟି ପକ୍ଷରୁ ମେଗା ରକ୍ତଦାନ ଶିବିର
ନୀଳଗିରି : ନୀଳଗିରି ଏନ.ଏ.ସି.ରର ବାଣପୁର ଠାରେ ଚାଲିଥିବା ମା’ରାବଣୀ ମକରମେଳା ମହୋତ୍ସବ ଉପଲକ୍ଷେ ମା’ ରାବାଣୀ ମକର ମେଳା କମିଟି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିରକୁ ରତ୍ନାକର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଉକ୍ତ ଶିବିରକୁ ଫିତାକାଟି ଶୁଭ ଉଦ୍ଘାଟନ କରିବା ସହ କମିଟିର ଯୁବ ପ୍ରତିଭାଙ୍କର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ନୀଳଗିରି ଥାନାର ଭାରପ୍ରାପ୍ତ ଅଧିକାରୀ ଗୋପାଳ କର୍ଣ୍ଣ ଯୋଗ ଦେଇ ଯୁବପାଢ଼ୀ ହିଁ ସୁସ୍ଥ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ବୋଲି ନିଜ ଅଭିଭାଷଣ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୁବ ସମାଜସେବୀ ତଥା ଶିଶିର ମହାପାତ୍ର ଫାଉଣ୍ଡେସନ ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର ଯୋଗ ଦେଇ ଆଜିର ସମୟରେ ବିଭିନ୍ନ ରୋଗୀଙ୍କ କ୍ଷେତ୍ରରେ ରକ୍ତର ଆବଶ୍ୟକତା ପଡ଼ୁଥିବା ବେଳେ ଯୁବ କମିଟିର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସ କରିଥିଲେ । ବରେଣ୍ୟ ଅତିଥି ଭାବେ କାଉନସିଲର ସୁଲୋଚନା ଖଟୁଆ, ବିଦ୍ୟାଧର ଖଟୁଆ ଉପସ୍ଥିତ ରହି ରକ୍ତଦାନ ଶିବିରର ଆୟୋଜକମାନଙ୍କୁ ପ୍ରଶଂସ କରିଥିଲେ । କମିଟିର ସଭାପତି ଶଶିକାନ୍ତ ବେହେରା, ସଂପାଦକ ମାନସ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ମେଡିକାଲ କର୍ମଚାରୀ ଯଥା ଡା. ସଂଜୟ ମହାନ୍ତି , ସରୋଜ ପଶା, ଗତିକୃଷ୍ଣ ମହାନ୍ତି, ଦେବାଂଶୁ ବେହେରା, ମାୟାଧର ପଣ୍ଡା, ସଂଗ୍ରାମ କେଶରୀ ମହାପାତ୍ର, ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ୫୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ କମିଟିର ସଦସ୍ୟ ନନ୍ଦ କିଶୋର ବେହେରା, ଦୟାନିଧି ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ସତ୍ୟବ୍ରତ ବେହେରା, ଦିଗାମ୍ବର ବେହେରା, ଭଗବାନ ବେହେରା, ଅକ୍ଷୟ ବେହେରା ପ୍ରମୁଖ ସହଯୋଗ କରିଥିଲେ ।
