ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ, ଯୁବକ ଗିରଫ
ଜୟପୁର : ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ହୋଇଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ଆଧାରରେ ପୋଲିସ ଯୁବକକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ସଦର ଥାନା ଅନ୍ତର୍ଗତ ମହନ୍ତିପୁଟର ଗଣେଷ ଗାଦବା । ପୋଲିସ ସୁଚନା ଅନୁଯାଇ ଜଣେ ଯୁବତି ଜଣକକୁ ଅପହରଣ ହୋଇଥିବା ନେଇ ଗତ ୨୬ ତାରିଖରେ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଥିଲା । ଯୁବତି କୁ ରାମଗିରି ଅଂଚଳରୁ ଉଦ୍ଧାର କରିଥିଲା । ଯୁବତି ଜଣ ବୟାନ ଆଧାରେ ବିବାହର ପ୍ରଲୋଭନ ଦେଖାଇ ଯୁବତିର ଅନିଛା ସ୍ୱତ୍ତେ ଦୁଷ୍କର୍ମ କରୁଥିବା ନେଇ ସୁଚନା ଦେଇଥିଲେ । ଏହା ସହ ଅଭିଯୁକ୍ତ ଜଣକ ବିବାହିତା ହୋଇଥିବା ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଛି । ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି ।
