ମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ପ୍ରତିଯୋଗୀତା ଏମ.ସି.ଏ.ଏମ. କଲେଜ ଚମ୍ପିୟାନ, ଡି.ଡି ସ୍ୱାୟଂଶାସିତ କଲେଜ ରନର୍ସଅପ
ବାରିପଦା : ଶ୍ରୀରାମ ଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟ ଅଧୀନରେ ମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ପ୍ରତିଯୋଗୀତାର ଫାଇନାଲ ମ୍ୟାଚ ଡି.ଡି ସ୍ୱାୟଂଶାସିତ ମହାବିଦ୍ୟାଳୟ ଓ ମୟୁରଭଂଜ କଲେଜ ଅଫ ଆକାଉଟେନସି ଆଣ୍ଡ ମ୍ୟାନେଜମେଂଟ ମଧ୍ୟରେ ବାରିପଦା ଆଇନ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଅଛି ।ଡି.ଡି ସ୍ୱାୟଂଶାସିତ ମହାବିଦ୍ୟାଳୟ ପ୍ରଥମେ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା । ମୟୁରଭଂ କଲେଜ ଅଫ ଆକାଉଟେନସି ଆଣ୍ଡ ମ୍ୟାନେଜମେଂଟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ୯ ୱିକେଟ ହରାଇ ୧୬୯ ରନ କରିଥିଲେ । ପ୍ରଶାନ୍ତ କୁମାର ତିରିଆ ୩୮ ରନ କରିଥିବା ବେଳେ ମେରୀ ଲୋକନାଥ ୨୦ରନ ଓ ଉପେନ୍ଦ୍ର ନାୟକ ୧୬ରନ୍ କରିଥିଲେ । ଡି.ଡି. ସ୍ୱାୟଂଶାସିତ ମହାବିଦ୍ୟାଳୟର ଦୁଷ୍ମନ୍ତ ଦାସ ୩ଟି ଶ୍ରୀୟାଂଶୁ ପଟ୍ଟନାୟକ ୨ଟି ଓ ଅମିତ ନାୟକ ୨ଟି ୱିକେଟ ନେଇଥିଲେ । ଡି.ଡି ସ୍ୱାୟଂଶାସିତ ମହାବିଦ୍ୟାଳୟ ୧୭ ଓଭରରେ ସମସ୍ତ ୱିକେଟ ହରାଇ ୮୬ ରନ କରିବାରେ ସକ୍ଷମ ହୋଇଥିଲା । ଏମ.ସି.ଏ.ଏମ. କଲେଜର ଉପେନ୍ଦ୍ର ନାୟକ ୩ଟି, ମେରୀ ଲୋକନାଥ ୨ଟି, ବିରୁ ଟୁଡୁ ୨ଟି, ପ୍ରୀତିଦେବ ଜେନା ୨ଟି, ବାସ୍ତବ କୁମାର ମହାନ୍ତ ୧ ଟି ଲେଖାଏଁ ୱିକେଟ ନେଇଥିଲେ । ଏହି ଅବସର ରେ ଓଡିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମୟୂରଭଂଜ କଲେଜ ଅଫ ଆକାଉଟେନସି ଆଣ୍ଡ ମ୍ୟାନେଜମେଂଟ କୁ ଚାମ୍ପିୟନ ଟ୍ରଫି ଏବଂ ଡି.ଡି ସ୍ୱାୟଂଶାସିତ ମହାବିଦ୍ୟାଳୟକୁ ରୋନର୍ସଅପ ଟ୍ରଫି ପ୍ରଦାନ କରିବା ସହିତ ଉପେନ୍ଦ୍ର ନାୟକଙ୍କୁ ପ୍ଲେୟାର ଅଫ ଦା ଟୁର୍ଣ୍ଣାମେଂଟ ଭାବେ ଟ୍ରଫି ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ଏମ.ସି.ଏ.ଏମ. କଲେଜର ଅଧକ୍ଷ ପ୍ରଦୀପ କୁମାର ନାୟକ ସଭାପତିତ୍ୱ କରିଥିବାବେଳେ ରାଇରଙ୍ଗପୁର ମହାବିଦ୍ୟାଳୟର ବରିଷ୍ଟ ଇଂରାଜୀ ଅଧ୍ୟାପକ ସୁନୀଲ ଜେନା, ବିଶ୍ୱବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଦୀପ୍ତ ରଂଜନ ଦାସ, ମୟୂରଭଂଜ ଆଇନ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ସୁକାନ୍ତ କୁମାର ଦ୍ୱିବେଦୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ମହାବିଦ୍ୟାଳୟ ର ଉପାଧକ୍ଷା ସଂଘମିତ୍ରା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ମୋଦନ ମୋହନ ସାହୁ ଖେଳ ପରିଚାଳନା କରିଥିବା ବେଳେ, ଅଧ୍ୟାପିକା ସୁଜାତା ପାଲ୍, ସସ୍ମିତା ସି, ଦେବାଶ୍ରିତା ବିଶ୍ୱାଳ ,ଜ୍ୟୋତିର୍ମୟୀ ଗିରି, ଅଧ୍ୟାପକ ଅଶୋକ କୁମାର ଦାସ ଓ ରଂଜିତ ମାରାଣ୍ଡି ଟୁର୍ଣ୍ଣାମେଂଟ ଆୟୋଜନ ରେ ସହଯୋଗ କରିଥିଲେ ।
