ରାଜ୍ୟ ସ୍ତରୀୟ ଅଷ୍ଟ୍ରେଲିଆନ ଫୁଟବଲ ଚମ୍ପିୟାନସିପ ମୟୁରଭଂଜ ଜିଲ୍ଲା ଚମ୍ପିୟାନ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା ଫୁଟି ଏସୋସିଏସନ ଆନୁକୂଲ୍ୟରେ ୫ମ ବାର୍ଷିକ ରାଜ୍ୟ ସ୍ତରୀୟ ଅଷ୍ଟ୍ରେଲିଆନ ଫୁଟି ଚମ୍ପିୟାନସିପ – ୨୦୨୩ ଅନୁଷ୍ଠିତ ହୋଇଯାଇଛି ଓ ଏହି ଟୁର୍ଣ୍ଣାମେଂଟରେ ଜୁନିଅର ବିଭାଗରେ କେବଳ ମୟୁରଭଂଜ ଓ ଖୋର୍ଦ୍ଧା ଜିଲ୍ଲା ଏବଂ ସିନିଅର ବିଭାଗରେ ମୟୁରଭଂଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, କଟକ, ଖୋର୍ଦ୍ଧା ଓ ଯାଜପୁର ସମେତ ମୋଟ ୮ ଟି ଜିଲ୍ଲା ଅଂଶ ଗ୍ରହଣ କରିଥିଲେ ଓ ଜୁନିଅରରେ ମୟୁରଭଂଜ ଖୋର୍ଦ୍ଧା ଜିଲ୍ଲାକୁ ୧୪-୧ ପଏଂଟରେ ପରାସ୍ତ କରି ଚମ୍ପିୟାନ ହୋଇଥିବା ବେଳେ ସିନିଅର ବିଭାଗରେ ମୟୁରଭଂଜ ଯାଜପୁର ଜିଲ୍ଲାକୁ ୨୦-୬ ପଏଂଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲେ ଓ ଜୁନିଅରରେ ଖୋର୍ଦ୍ଧାର ଅମିତ କୁମାର ଓ ସିନିଅରରେ ଯାଜପୁରର ରତ୍ନା ସିଂ ଶ୍ରେଷ୍ଠ ଖେଳାଳି ଭାବେ, ସବୁଠାରୁ ଅଧିକ ପଏଣ୍ଟ ଅର୍ଜନ କରିଥିବା ମୟୁରଭଂଜର ଦୀପକ କୁମାର ମାଝୀ ଏବଂ ସର୍ବାଧିକ ଗୋଲ କରିଥିବା ମୟୁରଭଂଜର ଗୋଇଚାନ୍ଦ ମାରାଣ୍ଡି ପୁରସ୍କୃତ ହୋଇଥିଲେ ଓ ଜାତୀୟ ସ୍ତରୀୟ ରେଫେରୀ ଅମିତ ରୟ, ବିପ୍ଳବ ବିଶ୍ୱାସ, ରତନ ବାସୁ ଓ ସୁମନ ବିଶ୍ୱାସ ଖେଳ ପରିଚାଳନା କରିଥିବା ବେଳେ ରମେଶ ମୁର୍ମୁ ଧାରା ବିବରଣୀ ପ୍ରଦାନ କରିଥିଲେ ଓ ଏସୋସିଏସନର ରାଜ୍ୟ ସଭାପତି ରାମ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି, ମୟୁରଭଂଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ମିଡ଼ିଆ ସଂଯୋଜକ ସୋମନାଥ ସିଂହ, ବରିଷ୍ଠ କ୍ରୀଡ଼ାବିତ ନନ୍ଦଲାଲ ମହାପାତ୍ର, ଆନ୍ତଜାତୀୟ ରଗବି ରେଫେରୀ ଦିବ୍ୟ ରଂଜନ ଦାସ ଓ ମାସାର ସାଂସ୍କୃତିକ ସମ୍ପାଦକ ଫାଂଟୁସ ମୁର୍ମୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ ଓ ସୁନୀଲ ମୁର୍ମୁ, ରଘୁନାଥ ମୁର୍ମୁ, ହେମନ୍ତ ହେମ୍ବ୍ରମ, ଦୁର୍ଗା ଚରଣ ମୁର୍ମୁ ଦଶରଥ ମୁର୍ମୁ ଓ ସୁରାଇ ମୁର୍ମୁ ଖେଳ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I
