ଜଗନ୍ନାଥ ବିଦ୍ୟାପୀଠ ବନ୍ଧୁ ମିଳନ
କଟକ : ଜଗନ୍ନାଥ ବିଦ୍ୟାପୀଠ ୧୯୮୪ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁମିଳନ ନିଆଳି ବ୍ଲକ ସୁଧାନଗରସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇଥିଲା ବେଳେ କିଛି ପୁରାତନ ଗୁରୁଜୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ଗୁରୁ ଦିବାକର ମିଶ୍ର, ରମେଶ ଚନ୍ଦ୍ର ମହାପାତ୍ର, ଶରତ ଚନ୍ଦ୍ର ସ୍ୱାଇଁ ଓ ପହିଲି ପ୍ରଧାନ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲା ବେଳେ ମନ୍ଦିରର ମୁଖ୍ୟ ପୃଷ୍ଠପୋଷକ କରୁଣାକର ଦାସ ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଓ ମଠର ମହନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
