ବାଇକ ଦୂର୍ଘଟଣାରେ ମୋବାଇଲ ଦୋକାନୀ ମୃତ
ଖଇରା : ବାଲେଶ୍ବର ଜିଲା ଖଇରା ବଜାର ସଂଲଗ୍ନ ପୁରୁଷୋତ୍ତମପୁର ଗ୍ରାମର ସଞ୍ଜୟ କୁମାର ସାହୁ(୩୦) ବୁଧବାର ସଂଧ୍ୟାରେ ସଡକ ଦୂର୍ଘଟଣାରେ ପ୍ରାଣ ହରାଇଛନ୍ତି I ଖଇରାର ମୋବାଇଲ ବ୍ୟବସାୟୀ ସଞ୍ଜୟ ସୋରରୁ ଖଇରା ଅଭିମୁଖେ ବାଇକ ନେଇ ଆସୁଥିବା ବେଳେ କଲରାପାଳ ଛକ ନିକଟରେ ଏକ ଡମ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା I ଖବର ପାଇ ଖଇରା ଥାନା ଅଧିକାରୀ ଗଣେଶ୍ବର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ନିଜେ ରାସ୍ତାରେ ପଡିଥିବା ସଞ୍ଜକୁ ଉଠାଇ ଆମ୍ବୁଲାନ୍ସରେ ଖଇରା ମେଡିକାଲ ପଠାଇଥିଲେ I ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ I
