ବିଶ୍ୱକପ ହକି ଦେଖିଲା ଖଇରା ବ୍ଲକ
ଖଇରା : ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ୩୭ପଞ୍ଚାୟତରେ ଜନସାଧାରଣ ବିଶ୍ୱକପ ହକି ଉଦ୍ଘାଟନ କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି । ଏଥିପାଇଁ ପଞ୍ଚାୟତ ସ୍ତରରେ ଲୋକପ୍ରତିନିଧି ଓ ନିର୍ବାହୀ ଅଧିକାରୀ ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ମହତୀପୁର ପଞ୍ଚାୟତର ସରପଞ୍ଚ ଆରତୀ ମହାନ୍ତି,ସମିତି ସଭ୍ୟା ଭାନୁପ୍ରିୟା ସାହୁ,ନିର୍ବାହୀ ଅଧିକାରିଣୀ ସ୍ନେହାଞ୍ଜଳୀ ମହାପାତ୍ର ଙ୍କ ଉଦ୍ୟମରେ ଦର୍ଶକଙ୍କ ଖେଳ ଓ ସହ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ସେହିଭଳି କୁରୁଣ୍ଟା ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପରିଷଦ ସଭ୍ୟ ମାନଶ କୁମାର ଦାସ,ସରପଞ୍ଚ ରଘୁନାଥ ଜେନା,ସମିତିସଭ୍ୟା କମଳିନୀ ମାଝୀ,ଏମବିକେ ମମତା ପ୍ରଧାନ,ସଂଯୁକ୍ତାରାଣି ଦାସ ପ୍ରମୁଖ ଯୋଗ ଦେଇଥିଲେ ।ସେହିଭଳି ସୁଣ୍ଢିରା ପଞ୍ଚାୟତରେ ଦର୍ଶକମାନେ ହକିକୁ ଉପଭୋଗ କରିଥିଲେ ।
