ସରକାରୀ ଜମିରୁ ମୂଲ୍ୟବାନ ଗଛ କାଟିନେଲେ ଦୁର୍ବୃତ୍ତ ପ୍ରଶାସନ ଚୋପ କାହିଁକି
ବାଲିଆପାଳ : ରାଜ୍ୟସରକାର ପରିବେଶର ସନ୍ତୋଳନ ରକ୍ଷା କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜଙ୍ଗଲ ସୃଷ୍ଟି କରିବାରେ ଲାଗିଛନ୍ତି। ଗଛ ନକାଟିବା ପାଇଁ ବିଭିନ୍ନ ଉପାୟରେ ଜନସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ବାସ୍ତବରେ ତାହା ଫେଲ ମାରୁଥିବାର ଜଣାପଡିଛି।କାଠ ମାଫିଆ ମାନେ ଦିନ ଦିପ୍ରହରରେ ସରକାରୀ ଜମିରୁ ମୂଲ୍ୟବାନ ବହୁ ପୁରୁଣା ବଡବଡ ଗଛମାନ ଅନାୟାଶରେ କାଟି ନେଉଛନ୍ତି। ଜଙ୍ଗଲ ବିଭାଗ ଓ ତହସିଲଦାର ନୀରବଦ୍ରଷ୍ଟା ସାଜି କାଠ ମାଫିଆଙ୍କୁ ପ୍ରୋତ୍ସାହନ ଦେଉଥିବା ଦେଖିବାକୁ ମିଳିଛି। ତେବେ ସୂଚନାରୁ ପ୍ରକାଶ ବାଲିଆପାଳ ତହସିଲ ଅଧିନ ସାଉଡି ଗ୍ରାମ ପଞ୍ଚାୟତର ସାଉଡି ମୌଜା ପ୍ଲଟନଂ୨୨୭ସରକାରୀ ଜମି ହୋଇଥିବାବେଳେ ସଂପୃକ୍ତ ଜମିଟି ଯବାନଙ୍କ ପାଇଁ ସଂରକ୍ଷିତ ରହିଛି। ତେବେ ସାଉଡି ଗ୍ରାମର ଦେବେନ୍ଦ୍ର ମଲ୍ଲିକ ଏବଂ ତାଙ୍କ ପରିବାର ପ୍ଲଟ ରେ ଥିବା ପୁରୁଣା ନିମ୍ବ ଓ ଷରିଶା ଗଛ ବିଳମ୍ବିତ ରାତିରେ କାଟି ନେଇଛନ୍ତି। ତେବେ ଏପରି ବେଆଇନ ଗଛ କଟା ବାବଦରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ଓ ଲଙ୍ଗଳେଶ୍ଵର ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଖବର ଦିଆଯାଇଥିଲେ ମଧ୍ୟ ସେମାନଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ଦୁଃଖ ଓ ପରିତାପର ବିଷୟ।ଫଳରେ ଗ୍ରାମରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ସରକାରୀ ଜମିରୁ ମୂଲ୍ୟବାନ ଗଛ କାଟିନେଇଥିବା ଗଛ କଟାର ତଦନ୍ତ କରି ଦେବେନ୍ଦ୍ର ମଲ୍ଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମନେ ଦାବି କରିଛନ୍ତି।
