ସୁଲତାନଗର ସେବା ସମବାୟ ସମିତିରେ ଧାନ ମଣ୍ଡି ସହ ନୂତନ କାର୍ଯ୍ୟାଳୟ ଗୃହର ଉଦଘାଟନ
ପିପିଲି : ପିପିଲି ବ୍ଲକ ଗୋବର୍ଦ୍ଧନପୁର ସୁଲତାନଗର ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ ହୋଇ ଯାଇଛି। ବିଧାୟକ ରୁଦ୍ରପ୍ରତାପ ମହାରଥୀ ଧାନ ମଣ୍ଡି ସହିତ ନୂତନ କାର୍ଯ୍ୟାଳୟ ଗୃହର ଉଦଘାଟନ କରିଛନ୍ତି।ବିଶେଷ କରି ଚାଷୀଙ୍କ ପାଇଁ ଧାନ ମଣ୍ଡିରେ ସାଧାରଣ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ପାନୀୟ ଜଳ, ଶୌଚାଳୟ, ଧାନ ସୁରକ୍ଷିତ ପାଇଁ ଜରି ପାଲ ଆଦି ମଣ୍ଡିରେ ଚାଷୀଙ୍କୁ ଯୋଗାଇ ଦିଆଯିବ।ମଣ୍ଡିରେ କଟନୀ ଛଟନୀ ଉପରେ ରୋକ ଲଗାଇବା ପାଇଁ ଚାଷୀ ସଚେତନର ଆବଶ୍ୟକତା ରହିଛି ବୋଲି ବିଧାୟକ କହିଛନ୍ତି।
ଗୋବର୍ଦ୍ଧନପୁର ସୁଲତାନଗର ସେବା ସମବାୟ ସମିତିରେ ଓରକଳ ଓ ପମସର ପଞ୍ଚାୟତ ୩୦୨ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ୨୦୪୦ଟଙ୍କା ସରକାରୀ ଦରରେ ପାଖାପାଖି ୧୨ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବାର ଲକ୍ଷ ରଖାଯାଇଛି ବୋଲି ସୋସାଇଟି ସଭାପତି ଯୁଧିଷ୍ଠିର ସ୍ଵାଇଁ ସୂଚନା ଦେଇଛନ୍ତି। ଉଦଘାଟନି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଦେବସ୍ୱନି ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ଵାଇଁ, ରାଜ୍ୟ ବିଜେଡି ସମ୍ପାଦକ ପ୍ରିୟବ୍ରତ ସାମନ୍ତରାୟ, ଜିଲାପରିଷଦ ସଭ୍ୟ ଧରଣୀଧର ସାହୁ, ଆତ୍ମା ଅଧ୍ୟକ୍ଷ ପ୍ରକାଶ ଧଳ, ବିଜେଡି ପୁରୀ ଜିଲା ସମ୍ପାଦକ ସତ୍ୟଜିତ ରାୟ ଚୌଧୁରୀ, ବ୍ଲକ ମହିଳା ସଭାନେତ୍ରୀ ଜ୍ୟୋସ୍ନାରାଣୀ ପୃଷ୍ଟି, ଓରକଳ ପଞ୍ଚାୟତ ନାଏବ ସରପଞ୍ଚ ଅମିତ ସ୍ଵାଇଁ, ବିଧାୟକ ପ୍ରତିନିଧି ଆର୍ତ୍ତବନ୍ଧୁ ସାମନ୍ତରାୟ ଙ୍କ ସହିତ ଅନ୍ୟମାନେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।
