ବୋତଲ ଭିତରେ ହକି ୱାର୍ଲ୍ଡ କପ୍ ଟ୍ରଫି ଓ ପେନ୍ସିଲରେ ମିନିଏଚର୍ ଆର୍ଟ
ଭୁବନେଶ୍ୱର : ବୋତଲ ଭିତରେ ହକି ୱାର୍ଲ୍ଡ କପ୍ ଟ୍ରଫି ଓ ପେନ୍ସିଲରେ ମିନିଏଚର୍ ଆର୍ଟ । ଏନେଇ ଚର୍ଚ୍ଚାରେ ଜଟଣୀର ଆର୍ଟିଷ୍ଟ ଏଲ ଇଶ୍ୱର ରାଓ ।
୭୫୦ ଗ୍ରାମ ବୋତଲ ଭିତରେ ୪ ଇଞ୍ଚର ପଥରରେ ହକି ୱାର୍ଲ୍ଡ କପ୍ ଟ୍ରଫି ପ୍ରସ୍ତୁତ କରିଛନ୍ତି ଏଲ ଇଶ୍ୱର । ଏଥିପାଇଁ ସେ ପଥର, ରିଫିଲ ଓ ଗ୍ଲିଟର ପେପର ବ୍ୟବହାର କରିଥିବା ବେଳେ ଏଥିପାଇଁ ତାଙ୍କୁ ୮ ଦିନ ଲାଗିଛି । ସେହିପରି ପେନସିଲ ମୁନରେ ହାପ୍ ଇଞ୍ଚର ଟ୍ରଫି ଦୁଇ ଦିନରେ ପ୍ରସ୍ତୁତ କରିଛନ୍ତି ଏଲ ଇଶ୍ୱର । ଦୁଇଟି ନିଆରା କଳାକୃତି ମାଧ୍ୟମରେ ହକି ପାଇଁ ଓଡ଼ିଶା ଆସିଥିବା ୧୬ଟି ଦେଶକୁ ଶୁଭେଛା ଜଣାଇଛନ୍ତି କଳାକାର ଏଲ ଇଶ୍ୱର ରାଓ ।
