ବାବା ବାରୁଣେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବାରୁଣେଶ୍ୱର ଚମ୍ପିୟାନ
ସୋର : ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ଅଧୀନରେ ଥିବା ବାରୁଣେଶ୍ୱର ଖେଳ ପଡିଆରେ ସାତ ଦିନ ଧରି ଚାଲିଥିବା ବାରୁଣେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫିଇନାଲ ମ୍ୟାଚ୍ରେ ବରଜଦେଉଳି ଟିମ ଏବଂ ବାରୁଣେଶ୍ୱର ଟିମ ସିଙ୍ଗାଖୁଣ୍ଟା ମ୍ମ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍ ଜିତି ବରଜଦେଉଳି ଟିମ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବାବା ବାରୁଣେଶ୍ୱର ଟିମ ପ୍ରଥମେ ବ୍ୟାଟିଂ କରି ୨୩ ଓଭର ବ୍ୟାଟିଂ କରି ୨ ଓଇକେଟ ହରାଇ ୨୫୧ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ବରଜଦେଉଳି ଟିମ ସମସ୍ତ ଓଇକେଟ ହରାଇ ୧୮୨ ରନ୍ କରି ପରାସ୍ତ ହେଇଥିଲା । ବାରୁଣେଶ୍ୱର ଟିମର ଅଧିନାୟକ ଅମୀୟ ରଞ୍ଜନ ଦାସ ୯୬ ବଲରେ ୧୩୭ କରିଥିଲେ । ଏହି ଖେଳକୁ ଧୀରରଞ୍ଜନ ବିଶ୍ୱାଳ, ନରେନ୍ଦ୍ର ପାତ୍ର ଏବଂ ଅଭୟ ଜେନା ପରିଚାଳନା କରିଥିଲେ । ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥିଭାବେ ସିଙ୍ଗାଖୁଣ୍ଟା ସରପଞ୍ଚ ଅନାଦି ଚରଣ ସାମଲ,ସମିତିସଭ୍ୟ ପ୍ର‘ୁଲ ସେଠୀ, ସମାଜସେବୀ ସୁନୀଳରଞ୍ଜନ ବିଶ୍ୱାଳ ଉପସ୍ଥିତ ରହି ଚମ୍ପିୟାନ୍ ଏବଂ ରନର୍ସ ଅପ ଟିମକୁ ଟ୍ର‘ି ସହ ପୁରସ୍କାର ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଦେବବ୍ରତ ରାଉତ, ନିରାକାର ରାଉତ, ମହେଶ୍ୱର ବେହେରା, ଯୋଗେନ୍ଦ୍ର ଜେନା, ବିଜୟ ବେହେରା, ରମେଶ ବେହେରା, ତାପସ ମିଶ୍ର, ଅଜୟ ଜେନା, ଚନ୍ଦନ ରାଉତ, ରାଜେନ୍ଦ୍ର ରାଉତ, ସଞ୍ଜୟ ଜେନା, ଲମ୍ବୁଦ୍ଧର ରାଉତ, ଗଙ୍ଗାଧର ବେହେରା, ବସନ୍ତ ବାରିକ,ଅନିଲ ମଣ୍ଡଳ, ହୃଂଦାନନ୍ଦ ସେଠି, ବାସୁଦେବ ସାହୁ, ଗୋପୀନାଥ ପାତ୍ର ଏବଂ ଅଜୟ ବେହେରା ପରିଚାଳନାରେ ସହଯୋଗ କରିଥିଲେ ।
