ବାଇମୁଣ୍ଡି ବରିଷ୍ଠ ନାଗରିକ ସଂଘର ତୃତୀୟ ବାର୍ଷିକ ଉତ୍ସବ
କଟକ : କଟକ ଶତାବ୍ଦୀ ବିହାର ନଳିନୀ ମଣ୍ଡପଠାରେ ବାଇମୁଣ୍ଡିି ବରିଷ୍ଠ ନାଗରିକ ସଂଘର ତୃତୀୟ ବାର୍ଷିକ ଉତ୍ସବ ଆଇନଜୀବୀ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିି । ଏହି ଉତ୍ସବରେ ଉଦ୍ଘାଟକ ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ମହେଶ୍ୱର ମହାନ୍ତି, ମୁଖ୍ୟ ଅତିଥି ଭାବେ କଟକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ସହକାରୀ ପୋଲିସ କମିଶନର ତାପସ କୁମାର ପ୍ରଧାନ, ମୁଖ୍ୟ ବକ୍ତା ନାଟ୍ୟକାର ସଂଜିତ୍ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ବସନ୍ତ କୁମାର ସେଠୀ ଉତ୍ସବର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲାବେଳେ ସଂପାଦକ ଦୀନବନ୍ଧୁ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ରାଜୀବ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ପ୍ରଧାନ ବିଭିନ୍ନ ବରିଷ୍ଠ ନାଗରିକମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଓ ପୋଲିସ ସେବା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ପଟ୍ଟନାୟକ ଏକାନ୍ନବ୍ରତୀ ପରିବାରର ଆବଶ୍ୟକତା, ସାମାଜିକ ଓ ପାରିବାରିକ ସଂପର୍କର ଅବକ୍ଷୟ ସଂପର୍କରେ ଆଲୋକପାତ କରିଥିଲେ । ସଭାପତି ଶ୍ରୀ ସାହୁ ତାଙ୍କ ଅଭିଭାଷଣରେ କହିଲେ, ବରିଷ୍ଠ ନାଗରିକମାନଙ୍କ ପ୍ରତି ସମସ୍ତେ ଯତ୍ନବାନ୍ ହେବା ସହ ସେମାନଙ୍କ ପ୍ରତି ଅବହେଳା ପରିଲକ୍ଷିତ ହେଉଥିଲେ ଆଇନର ଆଶ୍ରୟ ନେବା ପାଇଁ ଆହ୍ୱାନ ଦେଇଥିଲେ । ଶେଷରେ କାର୍ଯ୍ୟକାରୀ ସଦସ୍ୟ ବୀରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏକ କବିତା ପାଠୋତ୍ସବ କବି ନରସିଂହ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ସମୀକ୍ଷକ ଭାବେ ଡକ୍ଟର ସୁରେଖା ସୁନ୍ଦରୀ ସ୍ୱାଇଁ, କବି କିଶୋର କୁମାର ସାହୁ ଯୋଗ ଦେଇଥିଲେ । ମୀରା ବେଉରା, ଲୀନା ପଟ୍ଟନାୟକ କବିତା ସଂଯୋଜନା କରିଥିଲେ । ସ୍ୱର୍ଣ୍ଣଲତା ସିଂହସାମନ୍ତ, ଅର୍ଜୁନ ଅଗ୍ରୱାଲ, ନମିତା ମହାନ୍ତି, ରମେଶ ଚନ୍ଦ୍ର ଦେ, ସଚ୍ଚିଦାନନ୍ଦ କର, ନନ୍ଦକିଶୋର ରାଉତ, ଅନ୍ନପୂର୍ଣ୍ଣା ଦାସ, ବୈଜୟନ୍ତୀ ଶତପଥୀ ପ୍ରମୁଖ ବହୁ ବିଶିଷ୍ଟ କବି କବିତାପାଠ କରିଥିଲେ । ଉତ୍ସବକୁ ନିବାସ ଚନ୍ଦ୍ର ମିଶ୍ର, ଗଙ୍ଗାଧର ବେହେରା, ବିକ୍ରମ ଲେଙ୍କା ଓ ବସନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ପରିିଚାଳନା କରିଥିଲେ
