ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର କବିତା ଆସର
କଟକ : ସାରସ୍ୱତ ଅନୁଷ୍ଠାନ ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ କବିତା ଆସର ଓ ଆଲୋଚନା ଚକ୍ର ଉତ୍କଳମଣି ଶିଶୁ ଉଚ୍ଚଶିକ୍ଷା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ତଥା ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରକୁ ଶ୍ରୀଦୁର୍ଗା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ପଣ୍ଡିତ ଚୈତନ୍ୟ କୁମାର ସାହୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଗ୍ରାମ୍ୟ ସ୍ୱରାଜ୍ୟର ପ୍ରତିଷ୍ଠାତା ସଭାପତି ବ୍ରହ୍ମାନନ୍ଦ ମହାନ୍ତି, ମୁଖ୍ୟବକ୍ତା ଶ୍ରାବଣୀ ସାହିତ୍ୟ ସଂସଦର ସଭାପତି ଉଦୟ କେଶରୀ ବର୍ମା, ସମ୍ମାନୀତ ବକ୍ତାଭାବେ ପଲ୍ଲୀ ପ୍ରତିଭା ସଂସଦର ସଭାପତି ଚୈତନ୍ୟ କୁମାର ରାଉତ ଓ ନାଟ୍ୟକାର ସୁଧିର କୁମାର ନାୟକ ଯୋଗ ଦେଇଥିଲେ । ଡ଼ଃ ବସନ୍ତ କୁମାରୀ ନନ୍ଦ ଓ ଗୀତାଞ୍ଜଳି ପୃଷ୍ଟିଙ୍କ ସଂଯୋଜନାରେ କବି ଅକ୍ଷୟ କୁମାର ବଳ, ଜ୍ୟୋତିପ୍ରଭା ବର୍ମା, ଶୁଭଲକ୍ଷ୍ମୀ ବେହେରା, ଅରୁଣ କୁମାର ଅଗ୍ରୱାଲ, ହରେକୃଷ୍ଣ ଦଳେଇ, କ୍ଷୀରୋଦ କୁମାର ଜେନା, ବିମଳ କୁମାର ଦାସ, ନମିତା ମହାନ୍ତି, ମଧୁସ୍ମିତା ମିଶ୍ର, ବିନୋଦିନି ମିଶ୍ର, ନିରୁପମା ସାହୁ, ସଞ୍ଜୁକ୍ତା ଦାଶ, ପ୍ରଭାତୀରାଣୀ ମହାନ୍ତି, ବସୁନ୍ଧରା ସାହୁ ପ୍ରଭୃତି ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସଂସଦର ସାଧାରଣ ସମ୍ପାଦକ କବି ମନୋରଂଜନ ପଣ୍ଡା କବି ଓ କବୟତ୍ରୀମାନଙ୍କୁ ନବବର୍ଷର ଅଭିନନ୍ଦନ ଓ ସ୍ୱାଗତ ଜଣାଇଥିଲେ । କବି ଆଦିତ୍ୟ ରଂଜନ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କବି ମହେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
