ଭାଗବତ ପୁନଃ ଉଦ୍ଧାର ସମିତିର ଭାଗବତ କଥାମୃତ
କଟକ : ଭାଗବତ ପୁନରୁଦ୍ଧାର ସମିତିର ଭାଗବତ କଥାମୃତ ମହିଦାସ ବଜାରସ୍ଥିତ ତ୍ରିନାଥମନ୍ଦିର ଲେନଠାରେ ଅନୁଷ୍ଠିତ ହୋଇଯାଇଛି । ବାବାଜୀ ଅମୃତାନନ୍ଦ ଦାସ ମହାରାଜ ଉପସ୍ଥିତ ଜନତାଙ୍କୁ ଭାଗବତ ରସାମୃତ ପାନ କରାଇଥିଲେ । ଶ୍ରୀଜଗନ୍ନାଥଙ୍କ ଦେବାଭିଷେକ ଉତ୍ସବ ଉପଲକ୍ଷେ ପାଲା ଗାୟକ ଜଗନ୍ନାଥ ସିଂହଙ୍କ ଅନୁରୋଧ କ୍ରମେ ଆୟୋଜିତ ଉତ୍ସବରେ ସ୍ଥାନୀୟ ବିଧାୟକ ଇଂ ମହମ୍ମଦ ମୋକିମ, କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମତିର ସଭାପତି ଚୌଧୁରୀ କାଶୀନାଥ ମଲ୍ଲିକ, ୧୯ଦିଗଭାଗ ସଂକୀର୍ତନମଣ୍ଡଳିର ସର୍ବାଧିକାରୀ ବିରେନ୍ଦ୍ର କୁମାର ସାହୁ, ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା, ସମିତିର ସଭାପତି ପ୍ରତାପ କିଶୋର ସିଂହ, ସଂପାଦକ ନିହାର ରଂଜନ ସାମନ୍ତରାୟ, ସହ ସଂପାଦକ ସରସ୍ୱତୀ ବେହେରା, ସଂଗଠନ ସଂପାଦକ ସୋମନାଥ ଦାସ, କୋଷାଧ୍ୟକ୍ଷ ଯତୀନ୍ଦ୍ର ଦାସ, ମୁଖ୍ୟ ଉପଦେଷ୍ଠା କୈଳାସ ଚନ୍ଦ୍ର ଜେନା, ପୁର୍ଣ୍ଣଚନ୍ଦ୍ର ସିଂହ, ମଧୁସୁଦନ ବେହେରା, ଅକ୍ଷୟ ସିଂହ, ଅକ୍ଷୟ ଦାସ, ଜିତୁ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କାର୍ଯ୍ୟକାରୀ ସଭାପତି ଗୋପାଳ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ସ୍ଥାନୀୟ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଭାଗବତ ଗୋସେଇଁ ଓ ବାବାଜୀଙ୍କୁ ମହାଆଡ଼ମ୍ବର ସହକାରେ ସଂକୀର୍ତ୍ତନର ତାଳେ ତାଳେ ସ୍ଥାନୀୟ ଦୁର୍ଗାମଣ୍ଡପଠାରୁ ଭାଗବତ ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀ ଓ ମହିଳାମାନେ ଯୋଗଦେଇ ଉତ୍ସବକୁ ସରସ ସୁନ୍ଦର କରିଥିଲେ ।
