ମୟୂରଭଞ୍ଜ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ବିଭିନ୍ନ ବିଭାଗୀୟ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା
ସ୍କୁଲ ପରେ ହସ୍ପିଟାଲ ଗୁଡିକ ମଧ୍ୟ ଫାଇଭ-ଟି ଯୋଜନାରେ ରୂପାନ୍ତରିତ ହେବ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ପରିଷଦ ର ୪ର୍ଥ ବୈଠକ ଆଜି ବାରିପଦା ପ୍ରୟାସ ସମ୍ମିଳନୀ କକ୍ଷରେ ମୟୁରଭଂଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତି ହେମ୍ବ୍ରମ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡା ବିଧାୟକ ରାଜକିଶୋର ଦାସ, ବାଙ୍ଗରିପୋଷୀ ବିଧାୟକ ସୁଦାମ ମାର୍ଣ୍ଡି, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସୋରେନ, ସରସକଣା ବିଧାୟକ ଡ଼. ବୁଧାନ ମୁର୍ମୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ବିପିନ ସିଂ ବାଦ୍ରା, ମୟୁରଭଂଜ ଜିଲ୍ଲପାଳ ବିନୀତ ଭରଦ୍ୱାଜ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦୌଲତ ଚନ୍ଦ୍ରକାର ପ୍ରମୁଖ ଙ୍କ ସମେତ ଜିଲ୍ଲା ପରିଷଦ ର ସଦସ୍ୟ ସଦସ୍ୟା, ପଂଚାୟତ ସମିତିର ଅଧ୍ୟକ୍ଷ ଅଧ୍ୟକ୍ଷା ଓ ବିଭିନ୍ନ ସରକାରୀ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଜିଲ୍ଲାରେ ଜନସାଧାରଣଙ୍କ ସାମାଜିକ, ଅର୍ଥନୈତିକ ତଥା ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରେ କାଯ୍ୟକାରୀ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଓ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଓ ସ୍ଥିତି ସମ୍ପର୍କ ରେ ଆଲୋଚନା କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ହାଁସଦା ସମସ୍ତଙ୍କୁ ସ୍ୱାଗତ ଜଣାଇ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ବିଭାଗୀୟ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ଗୁଡିକ ଆଗେଇ ନେବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇ ବୈଠକ ପରିଚାଳନା କରିଥିବା ବେଳେ, ଜିଲ୍ଲା ପରିଷଦ କାର୍ଯ୍ୟସୂଚୀ ଅନୁଯାଇ ପ୍ରଥମେ ଗତ ଜିଲ୍ଲା ପରିଷଦ ବୈଠକରେ ସଭ୍ୟସଭ୍ୟା ମାନଙ୍କ ଦ୍ୱାରା ଉତଥାପିତ ଅଭିଯୋଗ ଓ ପ୍ରସ୍ତାବ ଆଦି ବିଷୟ କ୍ରମରେ ସମ୍ପୃକ୍ତ ବିଭାଗ ଅଧିକାରୀ ମାନେ ଉତର ରଖିଥିଲେ । ବୈଠକ ରେ ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ଜଳସେଚନ, ଜଳବିଭିଜିକା ମିଶନ, ମତ୍ସ୍ୟ, ପ୍ରାଣୀ ସମ୍ପଦ, ସେରିକଲଚର, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଜିଲ୍ଲା ମଙ୍ଗଳ, ଆଦି ବିଭିନ୍ନ ବିଭାଗ ଯୋଜନା ଅନ୍ତର୍ଗତ ଉନ୍ନୟନ ପ୍ରକଳ୍ପ ଓ ଜନକଲ୍ୟାଣ କାରୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଆମ ଜିଲ୍ଲା ରେ ଫାଇଭ-ଟି ରେ ରୂପାନ୍ତରିତ ହୋଇଥିବା ସ୍କୁଲ କାର୍ଯ୍ୟକ୍ରମ ର ସ୍ଥିତି, ଅଗ୍ରଗତି ଓ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଅବଗତ କରାଇବା ସହ ଆଗାମୀ ସମୟ ରେ ହସ୍ପିଟାଲ ଗୁଡିକ ମଧ୍ୟ ଫାଇଭ-ଟି ଯୋଜନାରେ ଆମ ହସ୍ପିଟାଲ ଭାବେ ରୂପାନ୍ତରିତ ହେବ ବୋଲି ସୂଚାଇ ଥିଲେ । ଆଗାମୀ ଫେବୃଆରୀ ମାସରେ ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ମେଗା କୃଷି ମେଳା ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ତେବେ ବୈଠକରେ ବିଭିନ୍ନ ଜନପ୍ରତିନିଧି ମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଦୀର୍ଘଦିନ ଧରି ଜଣାଉଥିଲେ ମଧ୍ୟ ପୁରଣ ହେଉ ନଥିବାର ଅଭିଯୋଗ କରିଥିବାର ଦେଖାଯାଇଥିବା ବେଳେ, ତୁରନ୍ତ ଏଗୁଡିକ ପ୍ରତିଧ୍ୟାନଦେଇ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
