ବିଶ୍ୱକପ୍ ହକି ପାଇଁ ସ୍କୁଲ ସ୍ତରରେ ଉତ୍ସାହ
କଟକ : ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବ ପାଇଁ କଟକ ସହରରେ ସ୍କୁଲ ସ୍ତରରେ ଉତ୍ସାହ ସୃଷ୍ଟିି ପାଇଁ ଆଜି ସିଏମସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ରେଭେନ୍ସା କଲିଜିଏଟ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ସୃଷ୍ଟି ସକାଶେ ହକି ଖେଳର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ହକି ଖେଳି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ସୂଚନାଯୋଗ୍ୟ ଯେ, ଆସନ୍ତା ୧୧ ତାରିଖରେ ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍ ହକିର ଉଦଘାଟନୀ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସହରରେ ଊଷ୍ମତା ସୃଷ୍ଟି ପାଇଁ ୱାର୍ଡ ସ୍ତରରେ ବିଭିନ୍ନ ପ୍ରତିଯୋଗିତାମାନ କରାଯାଉଛି ।
