ମହିଳା ଆରୋଗ୍ୟ ସମିତି ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା
କଟକ : ସିଏମସି ଅନ୍ତର୍ଗତ ୨୮ ନମ୍ବର ୱାର୍ଡ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ପୁରୀଘାଟ ସାମଲ ସାହିଠାରେ ଅନୁଷ୍ଠିତ ହୋଇଯାଇଛି । କରୋନା ରୋଗରୁ କିଭଳି ଦୂରେଇ ରହିହେବ ସେ ବିଷୟରେ ସଭାରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୱାର୍ଡ କର୍ପୋରେଟର ବନଲତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୋଗମୁକ୍ତ ଜୀବନ ଯାପନ ପାଇଁ ବିଭିନ୍ନ ଉପଦେଶମାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୀତାଂଜଳି ପ୍ରଧାନ, ରିଙ୍କି ସାମଲ, ଚୁମକି ସାମଲ, ମମତା ସାମଲ, ବବିତା ସାମଲ, ମଂଜୁ ଦେଈ, ତୁଳସୀ ସାମଲ, ସୋନୀ ସାମଲ, ଗୋଲାପ ସାମଲ, ଶିଲା ସାମଲ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
