ରାମଲୀଳା ପ୍ରଚାର ସମିତିର ସଂକ୍ରାନ୍ତି ଉତ୍ସବ
କଟକ : ଆଧ୍ୟାତ୍ମିକ ଅନୁଷ୍ଠାନ ରାମଲୀଳା ପ୍ରଚାର ସମିତିର ସଂକ୍ରାନ୍ତି ଉତ୍ସବ ଚୌଧୁରୀବଜାରସ୍ଥିତ ଦୁର୍ଗାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଚୌଧୁରୀବଜାର ଜୟଦୁର୍ଗା ରାମଲୀଳା ସମିତି ଓ ଶ୍ରୀଶ୍ରୀ ଦୁର୍ଗା ପଂଚାୟତ କମିଟିର ଅନୁରୋଧ କ୍ରମେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ମୁରବି କୃଷ୍ଣଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତିର ସଭାପତି ଚୌଧୁରୀ କାଶୀନାଥ ମଲ୍ଲିକ ଓ ବରିଷ୍ଠ ଉପସଭାପତି ଅଶୋକ ଦାଶ ସଭା ପରିଚାଳନା କରିଥିଲେ । ପ୍ରାରମ୍ଭରେ କମିଟିର ସଭାପତି ଦେବାଶିଷ ରାୟ ଓ ସମ୍ପାଦକ ଶିବଦାସ ପୁର୍ଣ୍ଣଚନ୍ଦ୍ର ସିଂହ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ସମିତିର ସର୍ବବ୍ୟବସ୍ଥାପକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଓଡ଼ିଶାର ସୁନାମଧନ୍ୟ ପ୍ରବଚକ ପ୍ରଦୀପ୍ତ କୁମାର ମହାପାତ୍ର ଓ ପଣ୍ଡିତ ନିଳକଣ୍ଠ ରାଉତ ଦେବାଭିଷେକ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଉତ୍ସବରେ ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା, ବିରେନ୍ଦ୍ର କୁମାର ସାହୁ, ଲୋକସଂପର୍କ ପ୍ରମୁଖ କୈଳାସ ଚନ୍ଦ୍ର ଜେନା, ପୁଷ୍ପକାନ୍ତି ମହାନ୍ତି, ଶାନ୍ତିଲତା ସେଠୀ, ସୂର୍ଯ୍ୟମଣି ବେହେରା, ନଳିନ କୁମାର ସେନାପତି, ଭୀମସେନ ନାୟକ, ସନ୍ତୋଷ କୁମାର ମଲ୍ଲିକ, ସୁଧିର ରଂଜନ ଲେଙ୍କା, ବିଜୟାନନ୍ଦ ପାଇଟାଲ, ଲଲାଟେନ୍ଦୁ ବଡ଼ୁ, ବିରୁପାକ୍ଷ ଶତପଥି, ମିଲନ କୁମାର ବଡ଼ୁ, ରବିନ୍ଦ୍ର ନାଥ ପାଳ, ଅଶ୍ୱିନୀ କୁମାର ସେଠୀ, ରଂଜିତ କୁମାର ଜେନା, ଦିଲ୍ଲିପ କୁମାର ସ୍ୱାଇଁ, ଜିତୁ ବାରିକ, ସୁକାନ୍ତ କୁମାର ବିଶୋଇ, ନିଳମଣି ସାହୁ, ଅଶୋକ ମହାନ୍ତି, ଚିତ୍ତରଂଜନ ବେହେରା, ପ୍ରଫୁଲ୍ଲ ଲାହା, ପୁଟୁ ଯାଦବ, ନିବାଶ ଚନ୍ଦ୍ର ମିଶ୍ର, ରାମ ଚନ୍ଦ୍ର ବେହେରା, ମକର ସାହୁ, ଭଗବାନ ସିଂହ, କାଳନ୍ଦି ସେନାପତି, ପତିତପାବନ ଲାହା, ନିହାର ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ । ବିଶ୍ୱଜିତ ପଟେଲ ରାମଧୁନ ଗାନ କରିଥିଲେ ।
