ପଚିଶ ଦିଗଭାଗ ସଂକୀର୍ତ୍ତନ ମଣ୍ଡଳିର ସର୍ବାଧିକାରୀ ସୁରେଶ ସାହୁଙ୍କ ଅଭିଷେକ
କଟକ : ପଚିଶ ଦିଗଭାଗ ସଂକୀର୍ତ୍ତନ ମଣ୍ଡଳିର ନୂତନ ସର୍ବାଧିକାରୀ ସୁରେଶ କୁମାର ସାହୁଙ୍କ ଅଭଷେକ ଉତ୍ସବ ପୁରୀଘାଟସ୍ଥିତ ରାହାସ ବିହାରୀ ମଠରେ ପାରମ୍ପରିକ ରୀତି ଅନୁଯାୟୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଦିଗଭାଗର ସର୍ବମହନ୍ତ ରବିନ୍ଦ୍ର କୁମାର ବସ୍ତିଆ ପରିଚାଳନା କରିଥିଲେ । ଉତ୍ସବରେ ଦିଗଭାଗର ମଣ୍ଡଳଧାରୀ ଅଧିକାରୀ, ମହନ୍ତ, କଟୁଆଳ ଓ ସଂକୀର୍ତ୍ତନ ପ୍ରେମୀମାନେ ଉପସ୍ଥିତ ରହି ସର୍ବାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମଠ ପରିସରରେ କୃଷ୍ଣନାମ, ହରିନାମ ଓ ଜୟ ଜଗନ୍ନାଥ ଧ୍ୱନୀ ତଥା ଗୀତ ଗୋବିନ୍ଦ ଗାନ କରାଯାଇ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।
