ଡାକ୍ତର ମହାମାୟା ପଟ୍ଟନାୟକ ସ୍ମୃତି ସମ୍ମାନ ସମାରୋହ
କଟକ : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକ ବିଡାନସୀ ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ବସୁନ୍ଧରା’ର ପ୍ରତିଷ୍ଠାତା ଡାକ୍ତର ମହାମାୟା ପଟ୍ଟନାୟକଙ୍କ ଉନ୍ନବିଂଶ ଶ୍ରାଦ୍ଧ ଦିବସ ଅବସରରେ ଡାକ୍ତର ମହାମାୟା ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ବିଚାରପତି ଚୌଧୁରୀ ପ୍ରତାପ କେଶରୀ ମିଶ୍ରଙ୍କ ପୌରୋହିତ୍ୱରେ ଏହି ସ୍ମୃତି ସମ୍ମାନ ସମାରୋହରେ ସାହିତ୍ୟିକ ତଥା ଚିକିତ୍ସାବିତ୍ ଡ. ନିରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ବସୁନ୍ଧରା ଅନୁଷ୍ଠାନର ଦୀର୍ଘଦିନର ସଂଘର୍ଷମୟ କାହାଣୀ ଉପରେ ଆଲୋକପାତ କରିଥିଲେ । ସ୍ମୃତି ସଂସଦର ଆବାହକ ଡଃ ନିତ୍ୟାନନ୍ଦ ସ୍ୱାଇଁ ମଂଚ ପରିଚାଳନା କରିଥିବା ବେଳେ ଅକ୍ଷୟ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ପାଦିକା ରିନୀ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ବିଶିଷ୍ଟ ଚିତ୍ସାବିତ୍ ଡ. ପତିତପାବନ ମହାନ୍ତି ଏବଂ ସେବିକା ସୁଭଦ୍ରା ରଥଙ୍କୁ ମହାମାୟା ସ୍ମୃତି ସମ୍ମାନ ସ୍ୱରୁପ ମାନପତ୍ର, ଉତ୍ତରୀୟ ଓ ନଗଦ ୫ ହଜାର ଟଙ୍କା ଅର୍ଥରାଶୀ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏତଦ୍ବ୍ୟତୀତ ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନମ୍ବର ରଖିଥିବା କୃତି ଛାତ୍ରୀ କୁମାରୀ ପିଙ୍କି ଗୁନୁଙ୍କୁ ମଧ୍ୟ ସମ୍ବର୍ଦ୍ଧିିତ କରାଯାଇଥିଲା । ଶେଷରେ ଅନୁଷ୍ଠାର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଡ. ସତ୍ୟେନ୍ଦ୍ର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।
