ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର, ଯୋଗଦେଲେ ୭୪
ରେମୁଣା : ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ଶ୍ରୀଜଗନ୍ନାଥ ଏଜୁକେସନାଲ ଫାଉଣ୍ଡେସନ ହାୟାର ସେକେଣ୍ଡାରୀ ସ୍କୁଲରେ ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଛି । ୮ଦିନ ଧରି ଚାଲିବାକୁ ଥିବା ଏହି ଶିବିରରେ ମୋଟ୍ ୭୪ଜଣ ଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି ।
ଶିବିରରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ । ଶିକ୍ଷାବିତ୍ ତଥା ସମାଜସେବୀ ମାର୍କଣ୍ଡ ସେଠି ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ । ତାଲିମ୍ ଶିବିରର ସଂଯୋଜକ ଡ. ସତୀଶ ଚନ୍ଦ୍ର ପଟ୍ଟନାୟକ ଓ ଶିବିର ପରିଚାଳିକା ସରିତା ପାଢ଼ୀ ଶିବିର ପରିଚାଳନା କରିଥିଲେ । ଅଧ୍ୟାପିକା ଓ ଅଧ୍ୟାପକ ତଥା ଅନ୍ୟ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ମାଷ୍ଟର ଟ୍ରେନର ସୁଶ୍ରୀ କ୍ଷଣପ୍ରଭା ସ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।
