ବିଜେବି କଲେଜ ଛାତ୍ରଙ୍କୁ ମାରପିଟ୍ ଘଟଣା : ଅଭିଯୁକ୍ତ ୪ ଛାତ୍ର ନିଲମ୍ବିତ
ଭୁବନେଶ୍ୱର : ବିଜେବି କଲେଜରେ +୨ ଛାତ୍ରଙ୍କୁ ମାରପିଟ୍ ଘଟଣାରେ ସମ୍ପୃକ୍ତ ୪ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ନିଲମ୍ବନ କରାଯାଇଛି । ପରୀକ୍ଷା ଯାଏଁ ସମ୍ପୃକ୍ତ ୪ ଛାତ୍ର କଲେଜ କ୍ୟାମ୍ପସ୍ ଆସିପାରିବେନି ବୋଲି କଲେଜ କର୍ତୃପକ୍ଷ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ବିଜେବି କଲେଜର ଜଣେ ଯୁକ୍ତ ୨ ବିଜ୍ଞାନ ପ୍ରଥମ ବର୍ଷ ଛାତ୍ରଙ୍କୁ କିଛି ଛାତ୍ର ମାରପିିଟ୍ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ବଡଗଡ ଥାନା ପୋଲିସ୍ ୪ ଜଣ ଛାତ୍ରଙ୍କୁ ଅଟକ ରଖିଥିଲା । ଆଜି ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟଜଣେ ଛାତ୍ର ନାବାଳକ ହୋଇଥିବାରୁ ତାଙ୍କୁ ବାଳ ସ୍ୱଧାର ଗୃହକୁ ପଠାଇଦିଆଯାଇଛି ।
