ଭଦ୍ରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ସୁଧୁରିବ କେବେ ?
ସାଲେପୁର : ପୂର୍ବ ମାହାଙ୍ଗାର ଏକମାତ୍ର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯାହା ମାହାଙ୍ଗାର ତତ୍କାଳିନ ବିଧାୟକ ସ୍ୱର୍ଗତ ପ୍ରଦୀପ୍ତ ଦାସଙ୍କ ଅମଳରେ ୧୯୭୮-୭୯ ମସିହା ମଧ୍ୟରେ ସ୍ଥାପନ କରାଯାଇଥିଲା । ଯେଉଁ ଡାକ୍ତରଖାନା ଉପରେ ଭଦ୍ରେଶ୍ୱର, ଗୋପାଳପୁର, କୁରୁଜଙ୍ଗା, ନାହାଙ୍ଗ, ହଳଦିଆ, ଗୋତରା, ଉମର ପଂଚାୟତ ସମେତ ପାଖ କେନ୍ଦ୍ରାପଡା ଜିଲ୍ଲାର କେତେକ ପଂଚାୟତ ନିର୍ଭର କରିଥାଆନ୍ତି । ଏହି ଡାକ୍ତରଖାନାଟି ପ୍ରତ୍ୟେହ ଦିନ ୧୦ଟାରୁ ୨ଟା ପର?୍ୟ୍ୟନ୍ତ ଖୋଲାରହେ । ଅବ୍ୟବସ୍ଥା ଘେରରେ ଏହି ଡାକ୍ତରଖାନା ଦୀର୍ଘ ଦିନ ଧରି ଚାଲିଛି । କୌଣସି ରୋଗୀ ଆସିଲେ ଡାକ୍ତରଖାନାରେ କେହି ନଥାଆନ୍ତି । ରୋଗୀ ଶେଷରେ ନିରୁପାୟ ହୋଇ ବେସରକାରୀ ଡାକ୍ତରଖାନା ଉପରେ ଭରସା କରିଥାଆନ୍ତି । ରାଜ୍ୟ ସରକାର ୨୦୦୩-୦୪ ମସିହା ଉକ୍ତ ଡାକ୍ତରଖାନାକୁ ନିୟୁ ପି.ଏଚ୍.ସି.ର ମାନ୍ୟତା ଦେଇଛନ୍ତି । ଡାକ୍ତରଖାନା ପରିସରରେ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ରହିବା ପାଇଁ ଆବଶକୀୟ ବାସଗୃହ ରହିଥିଲେ ମଧ୍ୟ ଡାକ୍ତର, ନର୍ସ , କର୍ମଚାରୀ ଓ ଶଯ୍ୟା ଅଭାବରୁ କେହି ଗୋଟିଏ ହେଲେ ରୋଗୀ ଏହି ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଆନ୍ତି ନାହିଁ । ଭଦ୍ରେଶ୍ୱର ଅଂଚଳରୁ ୧୫/୧୬ କିମି ଦୁରରେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ସାଧାରଣ ଗରୀବ ରୋଗୀଟି ଚିକିତ୍ସା ସୁବିଧା ପାଇବାରୁ ଚôଞ୍ଚତ ହେଉଛନ୍ତି । ଏ ସଂପର୍କରେ ସାତଟି ପଞ୍ଚାୟତର ଜନ ପ୍ରତିନିଧି, ଗ୍ରାମବାସୀ ଓ ବୁଦ୍ଧିଜୀବୀମାନେ ମାହାଙ୍ଗାର ମାନ୍ୟବର ବିଧାୟକ, ସ୍ୱାସ୍ଥ୍ୟ ବିଭାଗର ସଚିବ, ସିଡିଏମ୍ଓ କଟକଙ୍କୁ ଗତ ୧୨.୧୨.୨୦୨୨ ରିଖରେ ଲିଖିତ ଅଭିଯୋଗ କରି ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ଶଯ୍ୟା, ସ୍ଥାୟୀ ଡାକ୍ତର ନିଯୁକ୍ତି, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି, ରୋଗୀଙ୍କ ଯିବା ଆସିବା ନିମନ୍ତେ ଆମ୍ବୁଲାନ୍ସ ସୁବିଧା, ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଖୋଲିବା ପାଇଁ ଦାବି କରିଛନ୍ତି । ଏଣୁ ତୁରନ୍ତ ସାଧାରଣ ଜନତାଙ୍କ ହିତ ଦୃଷ୍ଟିରୁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।
