୭ରେ ହେବ ଖାଟୁବାଲେ ଶ୍ୟାମ୍ ବାବାଙ୍କ ପୂଜନ ଦରବାର ଯୋଗଦେବେ ପ୍ରଖ୍ୟାତ ଭଜନ କଣ୍ଡଶିଳ୍ପୀ କହ୍ନେୟା ମିତଲ
କଟକ : ଧାର୍ମିକ ଅନୁଷ୍ଠାନ ‘ଆପ୍ ୱର ହାମ୍’ ପକ୍ଷରୁ କଟକ ସିଡିଏ ବିଡାନାସୀ ସ୍ଥିତ ମିନି ଷ୍ଟାଡିୟମଠାରେ ୭ ତାରିଖ (ଶନିବାର) ଅପରାହ୍ନ ୪ ଘଟିକା ସମୟରେ ଖାଟୁବାଲେ ଶ୍ୟାମ ବାବାଙ୍କ ପୂଜନ ଦରବାର ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ବିଶ୍ୱ ବିଖ୍ୟାତ ଭଜନ ସମ୍ରାଟ ତଥା ଶ୍ୟାମ୍ ବାବାଙ୍କ ପରମ ଭକ୍ତ କହ୍ନେୟା ମିତଲ ତାଙ୍କ ସୁମଧୁର ସ୍ୱରରେ ଭଜନ ପରିବେଷଣ କରିବେ । ତତ୍ ସଂଗେ ସଂଗେ ଭାରତ ବର୍ଷର ପ୍ରସଦ୍ଧ ଭଜନ ଗାୟକ ଅନୁଭବ ଅଗ୍ରୱାଲ, ଶୁଶ୍ରୀ ଶ୍ୱେତା ଅଗ୍ରୱାଲ ଭଜନ ପରିବେଷଣ କରିବା ସହ ଜୟପୁରର ହିତେଜୀଙ୍କ ନୃତ୍ୟ ନାଟିକା ମଧ୍ୟ ପରିବେଷିତ ହେବ । ଏହି କାର୍ଯ୍ୟକ୍ରମର ଶୋଭା ବଢ଼ାଇବା ପାଇଁ ସାଲାସାର ବାଲାଜୀ ଧାମରୁ ବିମଲ କୁମାର ଜୀ, ଖାଟୁ ଧାମ୍ରୁ ଶ୍ରୀ ମହାରାଜ ପ୍ରତାପ ସିଂହ ଜୀ ଚୌହାନ, ଭଗତ ହଜାରୀଲାଲ ଇନ୍ଦୋରିଆ, ରାଜେଶ ଶର୍ମା ପ୍ରମୁଖ ଉପସ୍ଥିତ ହେବେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ଆପ୍ ୱାର ହାମ୍’ ଅନୁଷ୍ଠାନର ଅମିତ୍ ଅଗ୍ରୱାଲ, ବିକାଶ ଭରେଲୱାଲ, ବିବେକ ମୋଡା, ବିଜୟ ଭାରେଲୱାଲ, ରତନ ମୋଦି, ଅଭିନାଶ ଚାପୋଲିଆ, ବିକାଶ ଗୁପ୍ତା, ଅତୀତ ମୋଡା, ସୁନିଲ ଜଲନ, ବିମଲ ଭାରେଲୱାଲ, ଦୀପକ ଅଗ୍ରୱାଲ, ମହେନ୍ଦ୍ର ମୋଦି, ରୋହିତ ଗୁପ୍ତା, ବିକାଶ ଅଗ୍ରୱାଲ, ସଚିନ ଗୁପ୍ତା, ସୁରେଶ ନାଙ୍ଗେରିଆ, ମନିଷ ଅଗ୍ରୱାଲ, ଯୁଗଲ ଅଗ୍ରୱାଲ, ଗୌରବ ଟିବେରୱାଲ, ପ୍ରଦୀପ ଅଭ୍ରୱାଲ ପ୍ରମୁଖ ଉପସ୍ଥିତ ରହି ସୂଚନା ପ୍ରଦାନ କରିଛନ୍ତି ।
