୬ ରୁ ୩ ଦିନିଆ ଇଣ୍ଟିଗ୍ରେସନ ଯୁବ ମହୋତ୍ସବ
ଯୋଗଦେବେ ବଲିଉଡ ଗାୟକ ରାଜ ବର୍ମନ ଏବଂ ହାସ୍ୟଭିନେତା ରାଜୁ ଦାସ
ବାଲେଶ୍ୱର : ବାଲେଶ୍ୱରର ପ୍ରତିଭାଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଉଥିବା ଇଣ୍ଟିଗ୍ରେସନ ଯୁବ ମହୋତ୍ସବ ଚଳିତ ବର୍ଷ ନିଜର ନବମ ସଂସ୍କରଣ ଆସନ୍ତା ଜାନୁଆରୀ ୬ ତାରିଖରୁ ୩ ଦିନ ବ୍ୟାପି ଜିଲା ସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ କରିବାକୁ ଯାଉଛି । ପ୍ରଥମ ଦିନରେ ବିଭିନ୍ନ ସ୍କୁଲ ଏବଂ କଲେଜ ପ୍ରତିଯୋଗୀଙ୍କ ମଧ୍ୟରେ ଦୌଡ଼, ଶର୍ଟଫୁଟ୍, ଜିଲାପି ରେସ, ସ୍ଲୋ ସାଇକ୍ଲିଂ ଭଳି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗୀତା ଅନୁଷ୍ଠିତ ହେବାକୁ ଥିବାବେଳେ ଦ୍ୱିତୀୟ ଦିନରେ ପ୍ରତିଯୋଗୀଙ୍କ ମଧ୍ୟରେ ନାଚ, ମଡ଼େଲିଂ, ଗୀତ, ବିତର୍କ, କୁଇଜ ଏବଂ ଅନ୍ୟାନ୍ୟ ପ୍ରତିଯୋଗୀତା ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଶେଷ ତଥା ଉଦଯାପନୀ ସନ୍ଧ୍ୟାରେ ବହୁ ପ୍ରତିକ୍ଷୀତ ବଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ରାଜ ବର୍ମନ ଯୋଗଦେଇ ସଂଗୀତ ପରିବେଷଣ ଏବଂ ଓଡ଼ିଆ ଜଗତର ହାସ୍ୟ ଅଭିନେତା ରାଜୁ ଦାସ ଦର୍ଶକଙ୍କ ମନୋରଞ୍ଜନ କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି ।
ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ମାନ୍ୟଗଣ୍ୟ ଅତିଥି ଯୋଗଦେଇ ସମ୍ବୋଧିତ କରିବେ । ସଂଗଠନର ମୁଖ୍ୟ ଉପଦେଷ୍ଟା ନବଜ୍ୟୋତି ପଟ୍ଟନାୟକ, ଅଧ୍ୟକ୍ଷ ସରୋଜ ଦାଶ, ସଭାପତି ସୁଶାନ୍ତ ସାହୁ, ସାଧାରଣ ସମ୍ପାଦକ ଗୌତମ ସାହୁ, ଉପ-ସଭାପତି ଅମର ଗିରି, ଚିତ୍ତରଞ୍ଜନ ପଣ୍ଡା, ଦେବାଶିଷ ପ୍ରଧାନ, ସମ୍ପାଦକ ଜୀବନ ମହାପାତ୍ର, ସହ-ସମ୍ପାଦକ ଉମେଶ ବେହେରା, ତପନ ରାଉଳ, ଚନ୍ଦନ ମହାଳିକ, ସୌରଭ ବେହେରା, ସୁଶାନ୍ତ ଜେନା, ନବପ୍ରସାଦ ଭୂୟାଁ, ଆଲୋକ ମାଝୀ, ଚନ୍ଦନ ମାଝୀ, ଚନ୍ଦନ ପ୍ରଧାନ, ସନ୍ଦୀପ୍ତ ମହାକୁଡ଼ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।
