ସ୍ୱାମୀର ଶବ ନେବାକୁ ସହାୟତାର ହାତ ବଢ଼ାଇଲା ଭରଷା ପରିବାରର
କେନ୍ଦୁଝର : କେନ୍ଦୁଝର ସରକାରୀ ଡାକ୍ତରଖାନାରେ ସ୍ୱାମୀର ଶବକୁ ନେବାକୁ ଅସମର୍ଥ ଥିବା ମହିଳାଙ୍କୁ ଭରଷା ପରିବାରର ସଭାପତି ଲମ୍ବୋଦର ମହାନ୍ତ ଓ ବିଦ୍ୟାଧର ମହାନ୍ତଙ୍କ ସହଯୋଗରେ ତାଙ୍କ ଘରେ ପହଂଚାଇଥିଲେ । ଭରଷା ପରିବାର ର ସଭାପତି ଲମ୍ବୋଦର ମହାନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସମୟରେ ଝୁମ୍ପୁରା ବ୍ଲକର ସାମାଜିକ କର୍ମୀ ଏସ. କେ. ସଫିକ୍ ଜଣେ ରୋଗୀଙ୍କର ଜରୁରୀକାଳୀନ ରକ୍ତ ଆବଶ୍ୟକତା ବିଷୟରେ ଅବଗତ କରାଇବାର ସମୟରେ ରୋଗୀ ମୃତ ବୋଲି ଜଣା ପଡିଥିଲା । ବୁଝିବାରୁ ଜଣାଗଲା ଠାକୁରମୁଣ୍ଡା ବ୍ଲକ ହାତିଘୋଡା ପଂଚାୟତ ଘୋଡାବନ୍ଧ ଗ୍ରାମର ବିଜୟ ସିଂହ ହେମବ୍ରମ୍ ରକ୍ତ ଅଭାବରୁ ମୃତ୍ୟୁବରଣ କରିଥିବା କଥା ବିଜୟଙ୍କ ସ୍ତ୍ରୀ କାନ୍ଦି କାନ୍ଦି ପ୍ରକାଶ କରିଥିଲେ । ଡାକ୍ତରଖାନା କର୍ମଚାରୀ ସରୋଜ ପଣ୍ଡା ଟ୍ରକ ମାଲିକ ସଂଘର ଦେବୁ ପଟ୍ଟନାୟକଙ୍କ ମାଧ୍ୟମରେ ଦେୟମୁକ୍ତ ମହାଯାତ୍ରା ଗାଡିର ବ୍ୟବସ୍ଥା କରି ଥିବାବେଳେ । ଲମ୍ବୋଦର ମହାନ୍ତ ଓ ବିଦ୍ୟାଧର ମହାନ୍ତ ତାଙ୍କ ଘରେ ନେଇ ଶବକୁ ହସ୍ତାନ୍ତର କରିଆସିଥିଲେ । ନୂତନ ବର୍ଷ ଉପଲକ୍ଷେ ଲମ୍ବୋଦର ମହାନ୍ତଙ୍କ ଅନୁରୋଧ କ୍ରମେ ପରିବାରର ୧୦ ଜଣ ଶ୍ୱେଚ୍ଛାକୃତ ରକ୍ତଦାତା ଦେବାଶିଷ ପାତ୍ର, ମନଶ୍ରୀ ବିଶ୍ୱପ୍ରଭା, ହରପ୍ରସାଦ ଦାସ, ଶୁଭପ୍ରସାଦ ଦାସ, ହୃତିବିପିନ ଦାସ, ଆକାଶ ପାତ୍ର, ଡା ଏସ୍. କେ. ବେହେରା, ନିଳାମ୍ବର ଆପଟ ଓ ମଧୁସୂଦନ ନାଏକ ପ୍ରମୁଖ ରକ୍ତଭଣ୍ଡାରରେ ପଂହଚି ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଉକ୍ତ ସମୟରେ ଜିଲ୍ଲା ମିଡିଆ ପ୍ରମୁଖ ବିଦ୍ୟାଧର ମହାନ୍ତ ଓ ସକ୍ରୀୟ ସଦସ୍ୟ ନିତ୍ୟାନନ୍ଦ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।
