ସାମାଜିକ ସଂଗଠନ ଲାସାସା ପକ୍ଷରୁ କ୍ୟାନସର ହସ୍ପିଟାଲରେ କମ୍ବଳ ବଣ୍ଟନ
କଟକ : ନୂତନ ବର୍ଷର ସ୍ୱାଗତ ଅବସରରେ ସାମାଜିକ ସଂଗଠନ ଲାସାସା ପକ୍ଷରୁ ଆଚାର୍ଯ୍ୟ ହରିହର କ୍ୟାନସର୍ ହସ୍ପିଟାଲରେ ରୋଗୀମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ପ୍ରତିଷ୍ଠାତା ସ୍ମିତା ଦାଶ, ଯୁଗ୍ମ ସଂପାଦିକା ପୁରବୀ ସାହୁ, କୋଷାଧ୍ୟକ୍ଷା ଜ୍ୟୋସ୍ନାମୟୀ ଜେନା, ଯୁଗ୍ମ ସଂପାଦିକା ସ୍ମୃତି ମହାପାତ୍ର, ଦିପ୍ତୀ ସ୍ୱାଇଁ, କବିତା ସାହୁ, ଶେଫାଳି ରଥ, ଚନ୍ଦ୍ରିକା ନାୟକ, ପ୍ରଶାନ୍ତ ପାତ୍ର, ସୁବାଷ ଖୁଣ୍ଟିଆ, ଡ. ବ୍ୟୋମକେଶ କାନୁନଗୋ, ଉପଦେଷ୍ଟା ସମୀର ମହାନ୍ତି, ଲିଗାଲ ଆଡଭାଇଜର ସଂପୂର୍ଣ୍ଣାନନ୍ଦ ନାଟିଆ ଓ ବାସୁଦେବ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ସଭାପତି ବୁବା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଲାସାସା ପକ୍ଷରୁ ଏହିଭଳି ସାମାଜିକ କାର୍ଯ୍ୟକ୍ରମ ଆଗକୁ ଓଡିଶାର ସବୁ ଜିଲ୍ଲାରେ ମଧ୍ୟ ଜାରି ରହିବ ବୋଲି ଶ୍ରୀମତୀ ଦାଶ ପ୍ରକାଶ କରିଛନ୍ତି ।
ବିଶ୍ୱନାଥ ପଣ୍ଡିତଙ୍କ ଜୟନ୍ତୀ ପାଳିତ
