ହକି ବିଶ୍ୱକପ୍ ନିମନ୍ତେ ସଚେତନତା ରାଲି
କଟକ : ଆଗାମୀ ହକି ବିଶ୍ୱକପ୍ ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ସମଗ୍ର ବିଶ୍ୱର ଦୃଷ୍ଟି ଓଡ଼ିଶା ହକି ବିଶ୍ୱକପ୍ ଉପରେ ରହିଥିବା ହେତୁ ଏହି ପରିପ୍ରେକ୍ଷୀରେ ଏଫ୍.ଆଇ.ଏଚ୍ ଓଡ଼ିଶା ହକି ବିଶ୍ୱକପ୍ ୨୦୨୩ ପାଇଁ ସମଗ୍ର ବିଶ୍ୱର ଖେଳାଳୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟ ତରଫରୁ ଛାତ୍ରୀମାନେ ଏକ ରାଲିରେ ସହର ପରିକ୍ରମା କରିଥିଲେ । କଲେଜ ପରିଚାଳନା ସମିତିର ସଭାପତି ଡ଼ାକ୍ତର ରବି ରଞ୍ଜନ ସାହୁ, ଅଧ୍ୟକ୍ଷ ଡ଼ଃ ଅବଦୁଲ୍ ଉସ୍ମାନ ଖାନ୍, ପ୍ରାଧ୍ୟାପିକା ଡ଼ଃ ସାଗରିକା ମହାନ୍ତି, ଅଧ୍ୟାପିକା ସରୋଜ ଲକ୍ଷ୍ମୀ ମିଶ୍ର, ଅଧ୍ୟାପିକା ଡ଼ଃ ପ୍ରମୋଦିନୀ ସାହୁ, ଅଧ୍ୟାପକ ଦେବାଶିଷ ସ୍ୱାଇଁ, ଅଧ୍ୟାପିକା ସୁମିତା ଆଚାର୍ଯ୍ୟ, ଅଧ୍ୟାପିକା ରଶ୍ମିତା ନନ୍ଦୀ, ଶାରୀରିକ ଶିକ୍ଷାବିଭାଗର ପ୍ରଶିକ୍ଷିକା ମଞ୍ଜୁସ୍ମିତା ବିଶ୍ୱାଳ ତଥା ଅନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଏହି ରାଲିରେ ଯୋଗଦାନ କରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିଥିଲେ ।
