ସିଏମସିର ଅଭିଯୋଗ ସମାଧାନ ସଭା
କଟକ : କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ସିଏମସି କାର୍ଯ୍ୟାଳୟରେ ଏକ ଅଭିଯୋଗ ସମାଧାନ ସଭା ଅନୁଷ୍ଠିତ ହୋଇଯାଇଛି । ସିଏମସି କମିଶନର ନିଖିଲ ପୱନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଭିନ୍ନ ଅଭିଯୋଗର ପ୍ରତିକାର ନେଇ ଶୁଣାଣି କରାଯାଇଥିଲା । ଏଥିରେ ସମୁଦାୟ ୬ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥିମଧ୍ୟରେ ସ୍ୱାସ୍ଥ୍ୟ ଓ ପାନୀୟ ଜଳ ସଂପର୍କିତ ଗୋଟିଏ ଲେଖାଏଁ ଅଭିଯୋଗ ରହିଥିଲା ବେଳେ ଦୁଇଟି ଏନ୍ଫୋର୍ସମେଣ୍ଟ ଏବଂ ଦୁଇଟି ଅନ୍ୟ ସମ୍ବନ୍ଧିତ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଅନୁଷ୍ଠିତ ସଭାରେ କମିଶନର ଶ୍ରୀ କଲ୍ୟାଣଙ୍କ ସମେତ ଅତିରିକ୍ତ କମିଶନର ଅନାମ ପାତ୍ର, ଡେପୁଟି କମିଶନର ସଂଜୀବୀତା ରାୟ, ସହକାରୀ ପ୍ଲାନିଂ ଅଫିସର, ବସ୍ତି ଉନ୍ନୟନ ଅଧିକାରୀ ଶ୍ୱେତପଦ୍ମା ଡି. ଶତପଥୀ, ସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
