୯୪ ୟୁଟ୍ୟୁବ ଚ୍ୟାନେଲ, ୧୯ ସୋସିଆଲ ମିଡିଆ ଆକାଉଣ୍ଟ ଓ ୭୪୭ ୱେବସାଇଟକୁ ବନ୍ଦ କରି ଦିଆଯାଇଛି
ନୂଆଦିଲ୍ଲୀ : ଦେଶ ସ୍ବାର୍ଥ ବିରୋଧୀ କାର୍ଯ୍ୟକଳାପ ପାଇଁ ୨୦୨୧-୨୨ରେ କେନ୍ଦ୍ର ସରକାର ୯୪ ୟୁଟ୍ୟୁବ୍ ଚ୍ୟାନେଲ, ୧୯ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୭୪୭ ୟୁଆର୍ଏଲ୍ ତଥା ଓ୍ବେବସାଇଟ୍କୁ ବ୍ଲକ କରିଛନ୍ତି। ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇତତ୍ବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟ ସଭାରେ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟାନୁଷ୍ଠାନ ସୂଚନା ପ୍ରଯୁକ୍ତି ଅଧିନିୟମ ୨୦୦୦ ର ଧାରା ୬୯ଏ ଅନୁଯାୟୀ ନିଆଯାଇଛି । ମନ୍ତ୍ରୀ କହିଛନ୍ତି ଯେ ମିଥ୍ୟା ଖବର ପ୍ରଚାର ପ୍ରସାର କରି ଦେଶର ସାର୍ଵଭୌମତ୍ୱ ବିରୋଧରେ କାର୍ଯ୍ୟ କରୁଥିବା ଏଜେନ୍ସିଗୁଡିକ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେହିପରି ଏଭଳି କାର୍ଯ୍ୟକଳାପରେ ସମ୍ପୃକ୍ତ ରହୁଥିବା ବ୍ୟକ୍ତି ଏବଂ ଅନୁଷ୍ଠାନ ଉପରେ କଡ଼ା ନଜର ରଖାଯାଇଥିବା ସେ ପ୍ରକାଶ କରିଛନ୍ତି।
