୯ ମାସ ପରେ ମିଳିଲା ମୃତଦେହ, ୫ ଗିରଫ
କୋରାପୁଟ : କୋରାପୁଟ ଜିଲା ଲମତାପୁଟ ପାଡୁଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୀର୍ଘ ୯ ମାସ ନିଖୋଜ ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର ହୋଇଛି । ସେହିପରି ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବାର ଜଣାପଡିଛି ।
ସୂଚନା ଯେ, ଲମତାପୁଟ ଥାନା ଅନ୍ତର୍ଗତ ଡୁମୁରିବାରି ଗ୍ରାମର ଦାସ ହେନ୍ତାଳ ଗତ ୯ ମାସ ଧରି ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିପାରି ନଥିଲା । ତେବେ ତେବେ ରବିବାର ଦାସଙ୍କର କଙ୍କାଳ ଉଦ୍ଧାର ହୋଇଛି । ପାଡୁଆ ପୋଲିସ କଙ୍କାଳ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଶିବ ଖରା ସହ ୫ ଜଣଙ୍କୁ ଗିରଫ କରିଛି ।
