ରାୟଗଡ଼ ଜିଲ୍ଳାରେ ଟ୍ରକ-କାର ମଧ୍ୟରେ ମୁହାହଁମୁହିଁ ଧକ୍କା, ୯ ଜଣଙ୍କ ମୃତ୍ୟୁ, ଜଣେ ଆହତ
ରାୟଗଡ଼ : ରାୟଗଡ଼ ଜିଲ୍ଲାସ୍ଥିତ ମାଣଗାଓଁ ର ରେପୋଲୀ ଗ୍ରାମ ନିକଟରେ ମୁମ୍ବାଇ-ଗୋଆ ନ୍ୟାସନାଲ ହାଇୱେରେ ଗୁରୁବାର ସକାଳ ପାଖାପାଖି ୫ଟାରେ ଟ୍ରକ ଏବଂ ଇକୋ କାର ମଧ୍ୟରେ ସାମନା ସାମନି ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ୫ ଜଣ ପୁରୁଷ ଅଛନ୍ତି । ଏହି ଦୁର୍ଘଟଣାରେ ଏକ ଶିଶୁ ଆହତ ହୋଇଛି, ଯାହାକୁ କି ମାଣଗାଓଁ ସ୍ଥିତ ହସ୍ପିଟାଲରେ ଭର୍ତି କରାଯାଇଛି ।
