୯ ବାଳକଙ୍କ ଗଣବ୍ରତ ଉପନୟନ
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣାର ଶ୍ରୀଶ୍ରୀ ଅର୍ଣ୍ଣପୂର୍ଣ୍ଣା ନୀଳକଣ୍ଠେଶ୍ୱର ମନ୍ଦିର ମଣ୍ଡପରେ ୯ଜଣ ବ୍ରାହ୍ମଣ ବାଳକଙ୍କ ଗଣବ୍ରତ ଉପନୟନ କାର୍ଯ୍ୟ ସମାପନ କରାଯାଇଛି । ଏହି ଅବସରରେ ଦିବସବ୍ୟାପୀ ବିଭିନ୍ନ କର୍ମକାଣ୍ଡ, ବିଧି ଉପଚାର ପୂଜା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା ।
୬ଜଣ ପଣ୍ଡିତ ଏହି ଉତ୍ସବରେ ଯୋଗଦେଇଥିଲେ । ମୁଖ୍ୟ ପଣ୍ଡିତ ରୂପେ ଦୟାନିଧି ପତ୍ରୀ, ବିଜୟ କୁମାର ଦାଶ, ନଟବର ଦାଶ, ଗଗନ ପଣ୍ଡା, ପର୍ଶୁରାମ ପଣ୍ଡା, ଦୂର୍ଯ୍ୟୋଧନ ପଣ୍ଡା ଉପସ୍ଥିତ ଥିଲେ । ଏହି ଅବସରରେ ଚୂଡ଼ାକରଣ, ଫୁଶୋଜ୍ଜନ, ପୂର୍ଣ୍ଣ ଦଶ କର୍ମ, ଅର୍ଣ୍ଣପ୍ର୍ରସନ୍ନ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ବ୍ରହ୍ମଚାରୀମାନେ ବଜାର ପରିକ୍ରମା କରିଥିଲେ । ମାର୍କୋଣା ଛକର ବ୍ୟବସାୟୀ ପ୍ରଭାକର ସାହୁ ଓ ରମାକାନ୍ତ ବେହେରା ମୁଖ୍ୟ ଉଦ୍ୟୋକ୍ତା ଥିବାବେଳେ ବିଭିନ୍ନ ବ୍ୟବସାୟୀମାନେ ଏହି ଉତ୍ସବର ସହଯୋଗୀ ଥିଲେ । ସୂଚନା ଯେ, ଧର୍ମ ଉଦ୍ଦେଶ୍ୟରେ ଗରିବ ବ୍ରାହ୍ମଣମାନଙ୍କ ଉଦ୍ଦେଶ୍ୟରେ ଗତ ୧୯୯୮ରୁ ଆରମ୍ଭ ହୋଇଥିବା ଏହି ଗଣବ୍ରତ ଉପନୟନରେ ୧୦୮ ଜଣଙ୍କ ବ୍ରତ କାର୍ଯ୍ୟ ସମାପନ ହୋଇଛି ।
