୯/୧୧ ଆତଙ୍କବାଦୀ ଆକ୍ରମଣ : ୨୧ ବର୍ଷ ପରେ ନାସା ଜାରି କଲା ସାଟେଲାଇଟ୍ ଫଟୋ
ନ୍ୟୁୟର୍କ: ଟ୍ୱନ ଟାୱାର ବା ବିଶ୍ୱ ବାଣିଜ୍ୟିକ କେନ୍ଦ୍ରରେ ହୋଇଥିବା ଆତଙ୍କୀ ହମଲାକୁ ରବିବାର ୨୧ ବର୍ଷ ପୂରିଛି। ଏହି ଅବରସରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏକ ସାଟେଲାଇଟ୍ ଫଟୋ ଜାରି କରାଯାଇଛି। ୧୧ ସେପ୍ଟେମ୍ବର ୨୦୦୧ ତାରିଖ ଦିନ ଏହି ଫଟୋକୁ ମହାକାଶରୁ ଉଠାଯାଇଥିଲା। ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ନାସାର ମହାକାଶ ବିଜ୍ଞାନୀ ଫ୍ରାଙ୍କ କଲବର୍ଟସନ ନ୍ୟୁୟର୍କର ସହରର ଫଟୋ ଉଠାଇଥିଲେ। ଆଉ ଫଟୋରେ ଟ୍ୱିନ୍ ଟାୱାରରୁ ବାହାରୁଥିବା କଳା ଧୂଆ କଏଦ ହୋଇଛି। ଟ୍ୱିଟରରେ ନାସା ପକ୍ଷରୁ ଫଟୋ ଜାରି କରାଯିବା ସହ ୯/୧୧ର ପୀଡିତ ଓ ହିରୋଙ୍କୁ ସମ୍ମାନ ଜଣା ଯାଇଛି।
ନାସାର @NASAhistory ଟ୍ୱିଟର ହ୍ୟାଣ୍ଡଲରେ ରବିବାର ସନ୍ଧ୍ୟାରେ ଏକ ସାଟେଲାଇଟ ଫଟୋ ପୋଷ୍ଟ କରାଯାଇଛି। ତେବେ ସେହି ଫଟୋ ୯/୧୧ ଆତଙ୍କୀ ହମଲା ଦିନ ମହାକାଶରୁ ଉଠାଯାଇଥିଲା। ଫଟୋ ପୋଷ୍ଟ କରି ସେଥିରେ ନାସା ଲେଖିଛି, ‘୧୧ ସେପ୍ଟେମ୍ବର ୨୦୦୧ରେ, ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସଏସ) ରୁ ନାସାର ମହାକାଶଚାରୀ ଫ୍ରାଙ୍କ କଲବର୍ଟସନ, ନ୍ୟୁୟର୍କ ସହରର ଟ୍ୱିନ୍ ଟାୱାରରୁ ଉଠୁଥିବା ଧୂଆଁର ଫଟୋ ଉଠାଇଥିଲେ। ସେହି ଭୟଙ୍କର ଦିନର ୨୧ତମ ବାର୍ଷିକୀ ଅବସରରେ, ଆମେ ୯/୧୧ ଆତଙ୍କବାଦୀ ଆକ୍ରମଣର ଶିକାର ଲୋକ ଏବଂ ସାହସିଙ୍କୁ ଆମେ ସମ୍ମାନ ଜଣାଉଛୁ।’
୧୧ ସେପ୍ଟେମ୍ବର ୨୦୦୧ ପରେ ନାସା ସାଇନସ୍ ପ୍ରୋଗ୍ରାମକୁ ଆକ୍ଟିଭ୍ କରାଗଲା। ଫେମା ସହିତ ମିଶି ନାସା ମହାକାଶରୁ ଭୂପୃଷ୍ଟ ଉପରେ ନଜର ରଖିଲା। ସେହିପରି ନ୍ୟୁୟର୍କ, ୱାଶିଂଟନ୍ ଡି.ସି ଏବଂ ପେନସିଲଭାନିଆରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପୀଡିତମାନଙ୍କୁ ସମ୍ମାନ ଜଣାଇବା ପାଇଁ ନାସା ଏସ୍ଟିଏସ-୧୦୮ ଏଣ୍ଡେଭୋରର ବିମାନରେ ପ୍ରାୟ ୬୦୦୦ ପତାକା ଉଡାଇଥିଲା। ଟେକ୍ସାସର ହ୍ୟୁଷ୍ଟନସ୍ଥିତ ଜନସନ ସ୍ପେସ୍ ସେଣ୍ଟରରେ କାର୍ଯ୍ୟ କରୁଥିବା ଛାତ୍ରମାନେ ପୀଡିତଙ୍କର ସମ୍ପର୍କୀୟଙ୍କୁ ଉପସ୍ଥାପନ କରିବା ପାଇଁ ମହାକାଶରେ ଉଡ଼ାଯାଇଥିବା ଆମେରିକାର ପତାକା ସମେତ ସ୍ମୃତି ପ୍ୟାକେଜ୍ ସଂଗ୍ରହ କରିଥିଲେ। ୧୪ ଜୁନ୍ ୨୦୦୨ରେ ଜାତୀୟ ପତାକା ଦିବସରେ ନ୍ୟୁୟର୍କର ଆମେରିକାନ ମିଉଜିୟମ ଅଫ ନେଚୁରାଲ ହିଷ୍ଟୋରୀସ ରୋଜ ସେଣ୍ଟର ଫର ଆର୍ଥ ଆଣ୍ଡ ସ୍ପେସ ଠାରେ ଅନୁଷ୍ଠିତ ଏକ ସମାରୋହରେ ସେହି ପତାକା ଗୁଡିକୁ ବଣ୍ଟନ କରାଯାଇଥିଲା।
On September 11, 2001, @NASA astronaut Frank Culbertson took this photo from the ISS of smoke rising from the Twin Towers in New York City. On this 21st anniversary of that terrible day, we honor the victims and heroes of the 9/11 terrorist attacks.
— NASA History Office (@NASAhistory) September 11, 2022
More: https://t.co/MpwLNcPoHq pic.twitter.com/gPg5vX06SM
ସୂଚନା ଯେ, ଆତଙ୍କବାଦୀ ସଂଗଠନ, ଅଲକାଏଦା ୱାର୍ଲ୍ଡ ଟ୍ରେଡ ସେଣ୍ଟର ଉପରେ ବିମାନ ଦ୍ବାରା ଆକ୍ରମଣ କରିଥିଲା । ସକାଳ ପ୍ରାୟ ୮.୩୦ ସମୟରେ ଏହି ଆକ୍ରମଣ ହୋଇଥିଲା। ୪୫ ମିନିଟ ମଧ୍ୟରେ ୧୧୦ ମହଲା ବିଶିଷ୍ଟ ୱାର୍ଲ୍ଡ ଟ୍ରେଡ ସେଣ୍ଟରର ୨ଟି ଉଚ୍ଚ ଅଟ୍ଟାଳିକା ଧ୍ବଂସ ହୋଇଯାଇଥିଲା। ଏହି ଆତଙ୍କବାଦୀ ହମଲାରେ ୧୯ ଆତଙ୍କବାଦୀଙ୍କ ସମେତ ପ୍ରାୟ ୩୦୦୦ ନାଗରିକ ପ୍ରାଣ ହରାଇଥିଲେ। ଆକ୍ରମଣ ସମୟରେ ଡବ୍ଲୁଟିସି ପରିସରରେ ପ୍ରାୟ ୧୮ ହଜାର ଲୋକ ଉପସ୍ଥିତ ଥିଲେ। ଯାଞ୍ଚରୁ ଜଣାପଡ଼ିଥିଲା ଯେ ୯/୧୧ ହମଲାର ମାଷ୍ଟରମାଇଣ୍ଡ ଓସାମା ଲାଡ଼େନର ଘନିଷ୍ଠ ବନ୍ଧୁ ଖଲିକ ଶେଖ ମହମ୍ମଦ ଥିଲା। ଏହାପରେ ଆମେରିକାର ଏକ ଅପରେସନ ଚଳାଇ ଲାଡ଼େନକୁ ହତ୍ୟା କରିଥିଲା ।
