ଗତ ୨୪ ଘଂଟାରେ ଦେଶରେ ୮୯ ନୂଆ କରୋନା ରୋଗୀ
ନୂଆଦିଲ୍ଲୀ : ଦେଶରେ କରୋନାର ନୁଆ ମାମଲା ଲଗାତର ଭାବେ କମି କମି ଚାଲିଛି । ଗତ ୨୪ ଘଂଟାରେ ମଙ୍ଗଳବାର ସକାଳ ୮ଟା ସୁଦ୍ଧା ପୁରା ଦେଶରେ ସମୁଦାୟ ୮୯ ଜଣ ନୂଆ ରୋଗୀ ସାମନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ଲୋକଙ୍କ ସଂଖ୍ୟା ୧୬୩ ଜଣ ରେକର୍ଡକୁ ଆସିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ମଙ୍ଗଳବାର ସକାଳ ସୁଦ୍ଧା ଦେଶରେ କରୋନାରୁ ସମୁଦାୟ ୪ କୋଟି ୪୧ ଲକ୍ଷ ୪୮ ହଜାର ୪୭୨ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି । କରୋନାର ରିକଭରି ରେଟ ୯୮.୦୮ ପ୍ରତିଶତ ଅଛି । ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଆଜିସୁଦ୍ଧା ସମୁଦାୟ ୨ ହଜାର ୩୫ ରେ ପହଂଚିଛି । ପ୍ରତିଦିନ ସଂକ୍ରମଣ ଦର ୦.୫ ପ୍ରତିଶତ ଅଛି । ଆଇ ସିଏମ୍ ଆର ଅନୁସାରେ ପୁର୍ବ ୨୪ ଘଂଟାରେ ୧.୬୩ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଅଛି । ମଙ୍ଗଳବାର ସୁଦ୍ଧା ସମୁଦାୟ ୯୧.୩୪ କୋଟି କରୋନା ଟେଷ୍ଟ କରାଯାଇସାରିଲାଣି ।
