ଗୋଟିଏ ଦିନରେ ତିଆରି ହେଲା ୮.୫୬ଲକ୍ଷ ଆୟୁଷ୍ମାନ କାର୍ଡ଼, ତିଆରି ହେଲା ନୂଆ ରେକର୍ଡ଼
ନୂଆଦିଲ୍ଲୀ : ଦେଶରେ ଗୋଟିଏ ଦିନରେ ୮.୫୬ଲକ୍ଷ ଆୟୁଷ୍ମାନ କାର୍ଡ଼ ତିଆରି କରାଯାଇଛି । ଏହା ଏକ ରେକର୍ଡ଼ । ଏବେ ପର୍ଯ୍ୟନ୍ତ ଦେଶରେ ୪ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ଼ ବନାଯାଇ ସାରିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମନସୁଖ ମାଣ୍ଡବିୟା ଟ୍ୱୀଟ୍ କରି ସୋମବାର ଦିନ କହିଛନ୍ତି ଯେ ସାଧାରଣ ଲୋକଙ୍କ ଜୀବନରେ ବରଦାନ ସାବ୍ୟସ୍ତ ହୋଇଛି ଆୟୁଷ୍ମାନ ଭାରତ ଯୋଜନା । କେବଳ ଗୋଟିଏ ଦିନରେ ୮.୫୬ ଲକ୍ଷ ଆୟୁଷ୍ମାନ କାର୍ଡ଼ର ନିର୍ମାଣ । ଦେଶର ୧୦ କୋଟି ପରିବାରକୁ ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ଅଟେ ।
