ଦେଶରେ ୭୫ କୋଟି ଟପିଲା ଟିକାକରଣ: ଅଭିଯାନକୁ ହୁ’ର ପ୍ରଶଂସା
ନୂଆଦିଲ୍ଲୀ : ଭାରତରେ କରୋନା ବିରୋଧରେ ଚାଲିଥିବା ଟିକାକରଣ ଆଜି ୭୫ କୋଟି ଡୋଜ୍ ଟପଛି। ଏହାକୁ ନେଇ ସରକାର ବେଶ ଉତ୍ସାହିତ। ଏହା ଏକ ଐତିହାସିକ ସଫଳତା ବୋଲି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ସୂଚନା ଦେଇ କହିଛନ୍ତି ଯେ ଆମ ପାଇଁ ଏକ ବଡ ସଫଳତା । ସ୍ୱାଧିନତାର ୭୫ ବର୍ଷରେ ଭାରତର ଟିକାକରଣ ଅଭିଯାନ ମଧ୍ୟ ୭୫ କୋଟି ଟପିଛି । ଅନ୍ୟପଟେ ତୃତୀୟ ଲହର ପୂର୍ବରୁ ଟିକାକରଣ କୁ ଦେଶରେ ଆହୁରି ତ୍ୱରାନିତ୍ୱ କରାଯାଇଥିଲା । ଏବଂ ଖୁବ୍ ଶୀଘ୍ର ଦେଶରେ ଶତ ପ୍ରତିଶତ ଟିକାକରଣ ସମ୍ପୂର୍ଣ୍ଣ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେବେ ବର୍ତ୍ତମାନ ଭାରତରେ ଯେଉଁ ହାରରେ ଟିକାକରଣ ଚାଲିଛି, ତା’କୁ ବିଚାରକୁ ନେଲେ ଡିସେମ୍ବର ସୁଦ୍ଧା ମାତ୍ର ୪୩% ଲୋକ କରୋନା ବିରୋଧରେ ଦୁଇଟି ଯାକ ଡୋଜ ନେବାକୁ ସକ୍ଷମ ହୋଇଥିବେ। ସେହିପରି ସରକାର ଡିସେମ୍ବର ସୁଦ୍ଧା ୨୦୦ କୋଟି ଡୋଜ୍ ଟିକାକରଣ ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ, ତା’ହା କେମିତି ସମ୍ଭବ ହେବ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି। ୭୫ କୋଟି ଟିକାକରଣର ଅର୍ଥ ଏଥିରେ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଲୋକ ରହିଛନ୍ତି। ଏପରିକି ୧୩ ଦିନ ମଧ୍ୟରେ ୧୦କୋଟି ପାନ ଟିକା ଦିଆଯିବା ଟିକାକରଣ ବେଗ ତ୍ବରାନ୍ବିତକୁ ପ୍ରତିପାଦିତ କରୁଛି। ଦେଶର ଏହି ଟିକାକରଣ ସଫଳତାକୁ ନେଇ ହୁ’ର ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦେଶକ ଡାକ୍ତର ପୁନମ୍ କ୍ଷେତ୍ରପାଳ ସିଂହ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି।
Congratulations India! ??
— Mansukh Mandaviya (@mansukhmandviya) September 13, 2021
PM @NarendraModi के सबका साथ, सबका प्रयास के मंत्र के साथ विश्व का सबसे बड़ा टीकाकरण अभियान निरंतर नए आयाम गढ़ रहा है। #AazadiKaAmritMahotsav यानि आज़ादी के 75वें वर्ष में देश ने 75 करोड़ टीकाकरण के आँकड़े को पार कर लिया है।#SabkoVaccineMuftVaccine pic.twitter.com/BEDmQZQsY7
ତେବେ ବିଶେଷଜ୍ଞମାନେ କହିଛନ୍ତି ମହାମାରୀ କରୋନାର ତୃତୀୟ ୱେଭକୁ ରୋକିବାକୁ ହେଲେ ଅତିକମରେ ଦେଶର ୬୦% ଲୋକଙ୍କୁ ଟିକାର ଦୁଇଟି ଯାକ ଡୋଜ୍ ଯଥାଶୀଘ୍ର ପ୍ରଦାନ କରିବାକୁ ପଡ଼ିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହି କାମ ସାରିବାକୁ ହେବ। ଏହାର ଅର୍ଥ ଉକ୍ତ ଟାର୍ଗେଟକୁ ପୂରଣ କରିବାକୁ ହେଲେ ଦିନକୁ ୧୨ ମିଲିୟନ ଡୋଜ୍ର ଟିକାକରଣ ଆବଶ୍ୟକ। ସରକାର ମଧ୍ୟ ଡିସେମ୍ବର ସୁଦ୍ଧା ୨୦୦ କୋଟି ଡୋଜର ଟିକାକରଣ ହେବ ବୋଲି କହିଥିଲେ। କିନ୍ତୁ ବାସ୍ତବ ସ୍ଥିତି କିଛି ଭିନ୍ନ କଥା ବୟାନ କରୁଛି। ଗତ ୭ ଦିନ ମଧ୍ୟରେ ଦେଶରେ ଟିକାକରଣ ହାର ହାରାହାରି ୭.୭ ମିଲିୟନ ଡୋଜ୍ ରହିଛି, ଯାହା ଟାର୍ଗେଟ ଠାରୁ ୪.୩ ମିଲିୟନ ଡୋଜ୍ କମ। ଗତ ୨୪ ଘଣ୍ଟାରେ ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ୫.୩ ମିଲିୟନ ଡୋଜ୍ ଟିକାକରଣ ହୋଇଛି। ଏହା ଧାର୍ଯ୍ୟ ଟାର୍ଗେଟ ଠାରୁ ୬.୭ ମିଲିୟନ ଡୋଜ୍ କମ। ଏପରି ସ୍ଥିତି ଜାରି ରହିଲେ ଡିସେମ୍ବର ସୁଦ୍ଧା କେବେ ହେଲେ ୬୦% ଲୋକଙ୍କୁ ଟିକାର ଦୁଇଟି ଯାକ ଡୋଜ୍ ଦିଆଯିବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।
