୭ ଡକାୟତଙ୍କ ଗିରଫ, ବିଭିନ୍ନ ସାମଗ୍ରୀ ଜବତ
ରାଉରକେଲା : ରାଉରକେଲା ବେଲଡିହିରେ ଥିବା ରାଜଶ୍ରୀ ଏଲୋୟେଜ ଆଣ୍ଡ ଷ୍ଟିଲ କମ୍ପାନୀରେ ପଶି ଲୁଟ ଘଟଣାରେ ସମ୍ପୃକ୍ତ ୭ ଜଣ ଡକାୟତଙ୍କ ଗିରଫ କଲା ରାଉରକେଲା ବ୍ରାହ୍ମଣି ତରଙ୍ଗ ପୋଲିସ । ସେମାନଙ୍କ ନିକଟରୁ ୪୦୦ କିଲୋ ତମ୍ବା ତାର, ଗୋଟିଏ ଗାଡି, ଗୋଟିଏ ମୋଟର ସାଇକେଲ, ଗୋଟିଏ ଗ୍ୟାସ କଟର, ଗୋଟିଏ ଅକ୍ସିଜେନ୍ ସିଲିଣ୍ଡର ଜବତ ହୋଇଛି ।
ସୂଚନା ଯେ, ଗତ ୫ ତାରିଖ ବିଳମ୍ବିତ ରାତିରେ ରାଉରକେଲା ବେଲଡିହିରେ ଥିବା ରାଜଶ୍ରୀ ଏଲୋୟେଜ ଆଣ୍ଡ ଷ୍ଟିଲ କମ୍ପାନୀରେ ପଶି ସୁରକ୍ଷା କର୍ମୀଙ୍କୁ ମାଡ଼ ମାରି, ମୋବାଇଲ ଛଡ଼ାଇ ବାନ୍ଧି କମ୍ପାନୀରୁ ନେଇଯାଇଥିଲେ । ପରେ କମ୍ପାନୀ ମାଲିକ ନିରଜ ଅଗ୍ରୱାଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ପୋଲିସ ଥାନା ତଦନ୍ତ କରି ଏହି ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
