୬ତମ ଜିଲ୍ଲା ଟାଇକୋଣ୍ଡୋ କିରୋଗୀ ଓ ପୁମ୍ସେ ପ୍ରତିଯୋଗିତା
କଟକ : ସ୍ଥାନୀୟ ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ କଟକ ଜିଲ୍ଲା ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ୭ଟି ଏକାଡେମୀ ପକ୍ଷରୁ ୨୦୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ୨୦ ଜଣ ଜାତୀୟ ସ୍ତରୀୟ ରେଫରୀ ପରିଚାଳନା କରିଥିଲେ । ଚଳିତବର୍ଷ ପ୍ରଥମ ଥର ପାଇଁ ୩ ବର୍ଷରୁ ଉର୍ଦ୍ଧରୁ ବାଳକ ବାଳିକା ଭାଗ ନେଇଥିଲେ । ଏହି ପ୍ରତିଯୋଗିତାକୁ କଟକ ଜିଲ୍ଲା ଆମେଚର୍ ଟାଇକୋଣ୍ଡୋ ଆସୋସିଏସନ ପରିଚାଳନା କରିଥିଲା । ଏହି ଖେଳରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ଜାନୁଆରୀ ୧୩ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ କଟକ ଟାଇକୋଣ୍ଡୋ ଆସୋସିଏସନର ସାଧାରଣ ସଂପାଦକ ଶ୍ରୀକାନ୍ତ ପରିଡା, ଓଡିଶା ଟାଇକୋଣ୍ଡୋ ଆସୋସିଏସନର ସଭାପତି କୃଷ୍ଣଚନ୍ଦ୍ର ଦାସ, ଯୁଗ୍ମ ସଂପାଦକ ଜୟକୃଷ୍ଣ ପରିଡାଙ୍କ ସମେତ ଚନ୍ଦନ ସାହୁ, ପ୍ରଦୀପ କାଣ୍ଡି ପ୍ରମୁଖ ଯୋଗଦେଇଥିଲେ । ଓଡିଶା ଟାଇକୋଣ୍ଡୋ ଆସୋସିଏସନର ସାଧାରଣ ସଂପାଦକ ସନ୍ତୋଷ ମହାନ୍ତି ପରିଚାଳନାରେ ସହଯୋଗ କରିଥିଲେ ।
