ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷାକଳା ଓ ବାଣିଜ୍ୟରେ ୬୮୯ ଜଣ ପରୀକ୍ଷା ଦେଲେ
ବୋରିଗୁମ୍ମା : ଚଳିତ ବର୍ଷ ର ଯୁକ୍ତ ଦୁଇ ର ବାର୍ଷିକ ପରୀକ୍ଷା ଆଜି ଆରମ୍ଭ ହୋଇଛି।ପ୍ରଥମ ଦିନରେ କେବଳ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।ବୋରିଗୁମ୍ମା ସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ଦିନରେ ମୋଟ ୬୦ ଜଣ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।କଡା ସୁରକ୍ଷା ମଧ୍ୟରେ ଆୟୋଜିତ ଯୁକ୍ତ ଦୁଇ ପରୀକ୍ଷା ରେ ସ୍ଥାନୀୟ ତହସିଲଦାର ସବ୍ୟସାଚୀ ଜେନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପହଞ୍ଚି ପରୀକ୍ଷା ତଦାରଖ କରିଥିଲେ।କେନ୍ଦ୍ର ନିରୀକ୍ଷକ ଭାବେ ଅଧ୍ୟାପକ ସୁମନ୍ତ କୁମାର ସାହୁ ରହିଥିବା ବେଳେ ଅତିରିକ୍ତ କେନ୍ଦ୍ର ନିରୀକ୍ଷକ ଭାବେ ଅଧ୍ୟାପକ ଅଶୋକ କୁମାର ପଣ୍ଡା ଓ ସୁଶାନ୍ତ କୁମାର ପଟ୍ଟନାୟକ ରହିଛନ୍ତି।କପି କୁ ଏଡ଼ାଇବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଦାଶରଥି ଗୌଡ଼ ସୂଚନା ଦେଇଛନ୍ତି।ଆଜି ଯୁକ୍ତ ଦୁଇ କଳାରେ ମୋଟ ରେଗୁଲାର ଛାତ୍ରଛାତ୍ରୀ ୨୯୪ ଜଣ ରହିଥିବା ବେଳେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ୬୧ ଜଣ ରହିଛନ୍ତି।ସେଥି ମଧ୍ୟରୁ ୩୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।ସେହିଭଳି ଯୁକ୍ତ ଦୁଇ ବାଣିଜ୍ୟ ରେ ରେଗୁଲାର ଛାତ୍ରଛାତ୍ରୀ ୮୬ ରହିଥିବା ବେଳେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ୧୩ ଜଣ,ସେଥି ମଧ୍ୟରୁ ୮୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସୂଚନା ମିଳିଛି।ସେହିଭଳି ତରାଭଟ୍ଟା ଠାରେ ଥିବା ନରସିଂହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ମୋଟ ୨୬୩ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୨୬୦ ଜଣ ପରୀକ୍ଷା ଦେଇଥିବା ସୂଚନା ମିଳିଛି।
