ଆମେରିକାରେ ୬.୨ ତୀବ୍ରତାର ଭୂ-କମ୍ପ ଝଟକା
ୱାସିଂଟନ : ଆମେରିକାରେ ଭୂ-କମ୍ପ ଝଟକା । ଭୂମିକମ୍ପର କେନ୍ଦ୍ର ସାନ ଫ୍ରାନ୍ସିସ୍କୋ ସହରଠାରୁ ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୩୩୭ କିଲୋମିଟର ଦୂରରେ ଥିଲା । ଭୂମିକମ୍ପର ଝଟକା ପାଖାପାଖି ୨୦ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ଥିଲା ୬.୨ । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରେ କୁହାଯାଇଛି କି, ସାକ୍ରାମେଣ୍ଟୋ ଏବଂ ସାନ ଫ୍ରାନ୍ସିସ୍କୋ ଉପସାଗର ଅଞ୍ଚଳର ବାସିନ୍ଦା ଏହି ଭୂମିକମ୍ପ ବିଷୟରେ ସୂଚନା ଦେଇଥିଲେ ।
ଯଦିଓ ଏ ପର୍ଯ୍ୟନ୍ତ ଭୂମିକମ୍ପରେ କୌଣସି ଜୀବନ ହାନି ହୋଇଥିବା ନେଇ ଖବର ନାହିଁ । ତେବେ ଭୂମିକମ୍ପ ଯୋଗୁ ଘର ଭିତରର ଜିନିଷପତ୍ର ସବୁ ଛାରଖାର ହୋଇଯାଇଛି । ହମ୍ବୋଲଟ କାଉଣ୍ଟି ଶେରିଫ୍ ୱିଲିୟମ୍ ହୋନ୍ସଲ୍ କହିଛନ୍ତି ଯେ ସେ ୨୦୧୦ ପରେ ଏହିଭଳି ଝଟକା ଅନୁଭବ କରିଛନ୍ତି । ଉତ୍ତର କାଲିଫର୍ନିଆରେ ୬.୨ ତୀବ୍ରତାର ଭୂମିକମ୍ପ ଯୋଗୁ କବାଟ, ଝରକାଗୁଡ଼ିକ ଭାଙ୍ଗିରୁଜି ଯାଇଛି । ଜିନିଷପତ୍ର ତଳେ ପଡ଼ି ନଷ୍ଟ ହୋଇ ଯାଇଛି । ଏହି ସମୟରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ । ଟଦ୍ଭସଗ୍ଧରୟ ଝଗ୍ଧବଗ୍ଧରଗ୍ଦ ଏରକ୍ଟକ୍ଷକ୍ଟଶସମବକ୍ଷ ଝରକ୍ସଙ୍ଖସମର ସୋମବାର କହିଛି ଯେ ଉତ୍ତର କାଲିଫର୍ନିଆର କେପ ମେଣ୍ଡୋକିନୋ ଅଞ୍ଚଳରେ ୬.୨ ତୀବ୍ରତାର ଭୂମିକମ୍ପ ଆସିଥିଲା, ଯେଉଁଥିରେ କବାଟ, ଝରକା ସବୁ ଭାଙ୍ଗି ଯାଇଛି ।
ଏହି ସମୟରେ ପ୍ରଭାବିତ ଲୋକଙ୍କୁ ଘର ବାହାରକୁ ପଠାଇ ଦିଆ ଯାଇଥିଲା । ଭୂମିକମ୍ପର କେନ୍ଦ୍ର ପ୍ରଶାନ୍ତ ମହାସାଗରର ୯ କିଲୋମିଟର ଗଭୀରତାରେ ଆସିଥିଲା । ଏହାର ଝଟକା ସାନ ଫ୍ରାନ୍ସିସ୍କୋର ଦକ୍ଷିଣରେ ଏବଂ ମେଡଫୋର୍ଡର ଉତ୍ତରରେ ଲୋକମାନେ ଅନୁଭବ କରିଥିଲେ । ଭୂମିକମ୍ପ ବିଜ୍ଞାନୀ ଲୁସି ଜୋନ୍ସ ଟ୍ୱିଟରରେ ପୋଷ୍ଟ କରିଛନ୍ତି କି, ଯଦିଓ ଏହା ସୁନାମି ଚେତାବନୀ ଦେଇ ନାହିଁ । ମଧ୍ୟାହ୍ନ ୧୨ଟା ୧୦ରେ ଆସିଥିବା ଭୂମିକମ୍ପର ତୁରନ୍ତ ପରେ କେହି ମୃତାହତ ହୋଇଥିବା ନେଇ ଖବର ଆସି ନାହିଁ । ତେବେ ରାସ୍ତା କ୍ଷୟକ୍ଷତିର ଯାଞ୍ଚ ପାଇଁ ଶ୍ରମିକ ଏବଂ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି ଏବଂ କମ୍ପନ ଯୋଗୁ ହୋଇଥିବା ଫାଟ କାରଣରୁ ଦୁଇଟି ରାସ୍ତାକୁ ବନ୍ଦ କରି ଦିଆଯାଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଆକଳନ କରିଛି ଯେ ୧୦ ମିଲିୟନ ଡଲାରରୁ କମ୍ ଆର୍ôଥକ କ୍ଷୟକ୍ଷତି ଘଟିଛି ।
