ରାଇରଙ୍ଗପୁର ଷ୍ଟାଡିୟମରେ ୫ ମ ବାର୍ଷିକ ରାଇରଙ୍ଗପୁର ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭ ଉଦଘାଟିତ
ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ କ୍ରିକେଟ କ୍ରୀଡା ଅନୁଷ୍ଠାନ ରାଇରଙ୍ଗପୁର କ୍ରିକେଟ କ୍ଲବ ଆନୁକୁଲ୍ୟରେ ୫ ମ ବାର୍ଷିକ ୯ ଦୀବସୀୟ ରାଇରଙ୍ଗପୁର ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟିତ ହୋଇଯାଇଛି ।ପ୍ରାରମ୍ଭରେ ଜଗନ୍ନାଥ ମନ୍ଦିର ପାଖରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ଷ୍ଟାଡିୟମ ଭିତରକୁ ଆସିଥିଲା ।ପରେ ପଡ଼ିଆରେ ପୂଜାର୍ଚ୍ଚନା କରାଯାଇ ଖେଳର ଶୁଭ ଉଦ୍ଘାଟନ କରାଯାଇଥିଲା । ଏଥିରେ ମୟୂରଭଞ୍ଜ ଜିଲ୍ଲାର ବଛା ବଛା ୧୦ ଟି କ୍ରିକେଟ ଟିମ୍ ଅଂଶ ଗ୍ରହଣ କରିଛନ୍ତି । ଲିଗ୍ ଖେଳରେ ୧୦ ଓଭର ଲେଖାଏଁ ଖେଳ ହେଉଛି । ହରିଶଙ୍କର ବେହେରା ଏବଂ ଦିପୁ ପଟନାୟକ ଅମ୍ପାୟାରିଂ କରୁଛନ୍ତି । ରାଇରଙ୍ଗପୁର କ୍ରିକେଟ କ୍ଲବ ଅଧ୍ୟକ୍ଷ ଅମିତ ସିଂ ମୋଦିଂକ,ସଭାପତି ହରି ଶଙ୍କର ବେହେରା,ସଂପାଦକ ସୌମିକ ଦାସ କାନୁନଗୋ,କୋଷାଏ ଅମଳ ମହାନ୍ତି, ଉପସଭାପତି ଦେବାଶିଷ ମହାନ୍ତଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଅମରେଶ,ବିଜନ,ବିଜୁ,ଅଶୋକ,ରଂଜନ,ଦିପ୍ତି ରଂଜନ,ନାରାୟଣ,ସଚିନ,ଜୀବନଜୀତ,ଆକାଶ, ନିର୍ମାଲ୍ୟ, ଅଭିଜ୍ଞତାର, ସୌମ୍ୟ ରଂଜନ,ଅଜୁ,ଅଭୟ,ଶୁଭମ,ବିକାଶ,ଆଦିତ୍ୟ,ନନ୍ଦନ, ସତ୍ୟଜିତ,ସୁଜିତ,ଋଷିଭ,ଗିରିଜା ନନ୍ଦନ,ରାଜୁ,ସୁଜିତ,ଚିନ୍ମୟ ଏବଂ ଆୟୂଷ ପ୍ରମୁଖ ପରିଚାଳନାରେ ସହଯୋଗ କରୁଛନ୍ତି ।ପ୍ରଥମ ଦିନ ଖେଳରେ ମହାସଂଗ୍ରାମ ଟିମ୍ ଲୋକାଲ ଟାଇଗାରକୁ ହରାଇଛି ।ସମସ୍ତ କ୍ରିକେଟ ପ୍ରେମୀ,ଦର୍ଶକ ରାଇରଙ୍ଗପୁର ଷ୍ଟାଡିୟମରେ ଶହ ଶହ ସଂଖ୍ୟାରେ ଉପସ୍ଥିତ ରହି ଆୟୋଜକ,ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ରାଇରଙ୍ଗପୁର କ୍ରିକେଟ କ୍ଲବ୍ ଅଧ୍ୟକ୍ଷ ଅମିତ ସିଂ ମୋଦିଂକ,ହରି ଶଙ୍କର ବେହେରା,ଭୌମିକ ଦାସ କାନୁନଗୋ ପ୍ରମୁଖ ବିନମ୍ର ନିବେଦନ କରିଛନ୍ତି ।ସେ କହିଛନ୍ତି ଏହି ଅଂଚଳରେକ୍ରିକେଟ ଖେଳ ପ୍ରଚାର ଓ ପ୍ରସାର କରିବା ସହ ନୂତନ କ୍ରିକେଟ ଯୁବ ତାରକା ସୃଷ୍ଟି କରିବା ଏହାଏକମାତ୍ର ଉଦେଶ୍ୟ ।
