ଯୁଦ୍ଧରେ ୟୁକ୍ରେନର ୫୯୬ ସାଧାରଣ ନାଗରିକ ମୃତ, ୧୦୬୭ ଆହତ
ନୂଆଦିଲ୍ଲୀ : ୟୁକ୍ରେନର ସ୍ଥିତି ସଜାଡିବା ବଦଳରେ ବିଗୁଡିଛି । ପ୍ରତ୍ୟେକ ଦିନ ୟୁକ୍ରେନର ଭୟଙ୍କର ଚିତ୍ର ଦେଖୁଛି ସାରା ବିଶ୍ୱ । ପ୍ରତି ମୂହୁର୍ତରେ ଋଷ ଗୁଳିରେ ଲେଖା ଯାଇଛି ୟୁକ୍ରେନବାସୀଙ୍କ ନାମ । ଆଜି ମଧ୍ୟ ୟୁକ୍ରେନର ଏକ ମସଜିଦକୁ ଆକ୍ରମଣ କରିଛନ୍ତି ଋଷ ସୈନ୍ୟ । ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ଏହି ବିଷୟରେ ସୂଚନା ଦେଇଛନ୍ତି । ସେପଟେ ରୁଷକୁ କଡ଼ା ଜବାବ ଦେଇଛି ୟୁକ୍ରେନ୍ । ରୁଷ ସେନାର ବିମାନକୁ ଗୁଳିକରି ଆକାଶରୁ ଖସାଉଛି ।
ଦୁଇ ଦେଶ ନିଜ ଜିଦ୍ରେ ଅଟଳ ରହିଛନ୍ତି । ଏହାରି ଭିତରେ ଅନେକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ସାଧାରଣ ଲୋକଙ୍କ ବି ଜୀବନ ଗଲାଣି । ଜାତିସଂଘ ମାନବାଧିକାର କାର୍ଯ୍ୟାଳୟର ସୂଚନା ଅନୁସାରେ ଏହି ଯୁଦ୍ଧରେ ୫୯୬ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ସେହିପରି ୧୦୬୭ ଲୋକ ଆହତ ହୋଇଛନ୍ତି। ଖାଲି ସେତିକି ନୁହେଁ ରୁଷ ୟୁକ୍ରେନର ବିଭିନ୍ନ ସହରରେ ବାରମ୍ବାର ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି ।
