ଦେଶ ସୁରକ୍ଷା ପ୍ରତି ବିପଦ ଥିବା ୫୪ ଟି ଚାଇନିଜ୍ ଆପ୍ ଉପରେ ଲାଗିଲା ପ୍ରତିବନ୍ଧକ! ଆପଣଙ୍କ ମୋବାଇଲରେ ନାହିଁ ତ, ଜାଣନ୍ତୁ କ’ଣ କ’ଣ
ନୂଆଦିଲ୍ଲୀ : ସୁରକ୍ଷା କାରଣରୁ ପୁଣି କେତେକ ଚାଇନିଜ୍ ଆପ୍ ଉପରେ ଲାଗିଲା ପ୍ରତିବନ୍ଧକ । ସରକାରୀ ସୂତ୍ରରୁ ଜଣାପଡିଛି ଯେ ଚାଇନାର ୫୪ ଟି ଆପ ଯାହା ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ସେଗୁଡିକୁ ଭାରତରେ ପୁଣି ଥରେ ନିଷିଦ୍ଧ କରାଯାଇଛି । ଏହା ଜଣା ଯେ ନିଷିଦ୍ଧ ହୋଇଥିବା ଆପଗୁଡ଼ିକ ମଧ୍ୟରେ Beauty Camera: Sweet Selfie HD, Beauty Camera – Selfie Camera, Equalizer & Bass Booster, CamCard for SalesForce Ent, Isoland 2: Ashes of Time Lite, Viva Video Editor, Tencent Xriver, Onmyoji Chess, Onmyoji Arena, AppLock, Dual Space Lite ଭଳି କିଛି ଆପ୍ ଅନ୍ତର୍ଭୁକ୍ତ ।
ସୂଚନା ଯେ, ସର୍ବପ୍ରଥମେ ଗତ ଜୁନ୍ ୨୦୨୦ ରେ କେନ୍ଦ୍ର ସରକାର ୫୯ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଏହା ପ୍ରଥମ ଥର ପାଇଁ ହୋଇଥିଲା ଏବଂ ପ୍ରଥମ ଥର ପାଇଁ ସରକାର ଟିକଟକ୍, ୟୁସି ବ୍ରାଉଜର, ଶେୟାରଇଟ୍, ୱେଚ୍ ଭଳି ଲୋକପ୍ରିୟ ଆପ୍ ହଟେଇ ଦେଇଥିଲେ। ଏହା ପରେ, ସେହି ବର୍ଷ ସେପ୍ଟେମ୍ବରରେ ୧୧୮ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା|ପରବର୍ତ୍ତୀ ପ୍ରତିବନ୍ଧକ ନଭେମ୍ବର ୨୦୨୦ ରେ ଆସିଥିଲା ଯେତେବେଳେ କେନ୍ଦ୍ର ସରକାର ୪୩ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ।
ଏହି ଆପ୍ସ ଜରିଆରେ ତଥ୍ୟ ସଂଗ୍ରହ କରାଯାଉଥିବା ଏବଂ ସେମାନଙ୍କ ବ୍ୟବହାର ଉପରେ ସରକାର ପ୍ରଶ୍ନ ଉଠାଇଥିଲେ ଏବଂ ଏହି ପରିପ୍ରେକ୍ଷୀରେ ଏହି ଆପ୍ସର କମ୍ପାନୀମାନଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ । କିନ୍ତୁ ରିପୋର୍ଟରେ ଏହା ଜଣାପଡିଛି ଯେ ଏହି କମ୍ପାନୀଗୁଡିକ ସରକାରଙ୍କୁ ଦେଇଥିବା ଉତ୍ତରରେ ସରକାର ସନ୍ତୁଷ୍ଟ ନୁହଁନ୍ତି, ଯାହା ପରେ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।
