୫୦ ଟି ଶାଗୁଆନ ସାଇଜ, ୬ ଗଣ୍ଡି, ୮ ପୋଲ ଜବତ : ଜଣେ ଗିରଫ
ବଲାଙ୍ଗିର : ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ବଲାଙ୍ଗୀର ରେଞ୍ଜ ର କର୍ମଚାରୀମାନେ ହର୍ଡ଼ଟାଲ ବିଭାଗର କାଇଣ୍ଡାପାଲି ଗ୍ରାମ ନିକଟରେ ଚଢଉ କରି ୫୦ ଟି ଶାଗୁଆନ ସାଇଜ୍, ୬ ଟି ଶାଗୁଆନ ଗଣ୍ଡି ଏବଂ ୮ଟି ଶାଗୁଆନ ପୋଲ ଜବତ କରିଥିଲେ । ଜଣେ ଅଭିଯୁକ୍ତ ଶ୍ରୀପତି ପଟେଲଙ୍କୁ ଗିରଫ କରାଯାଇଥିଲା । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା । ଏନେଇ ଅଧିକ ଅନୁସନ୍ଧାନ ଚାଲିଛି । ରେଞ୍ଜ ଅଧିକାରୀ କେଶବ କିଶୋର ନାୟକଙ୍କ ତତ୍ୱାବଧାନରେ ଫରେଷ୍ଟର ବ୍ୟାସଦେବ ସାହୁ, ଫରେଷ୍ଟର ଜେନା ରାଉତ, ଫରେଷ୍ଟର ହରିବଂଶ ପଧାନ, ଫରେଷ୍ଟ ଗାର୍ଡ ରଞ୍ଜିତ କୁମ୍ଭାର, ଫରେଷ୍ଟ ଗାର୍ଡ ମିସ୍ ଭାରତୀ ଜାନି, ଫରେଷ୍ଟ ଗାର୍ଡ ଶ୍ରୀମତୀ ସୁଭସ୍ମିତା ମେହେର, ଫରେଷ୍ଟ ଗାର୍ଡ ମିସ୍ ରାଜେଶ୍ୱରୀ ନାଗ, ଫରେଷ୍ଟ ଗାର୍ଡ ମିସ୍ ସୁକାନ୍ତୀ ସରାଫ, ଶ୍ରୀମତୀ ସୁନୀତା ମୁଣ୍ଡା, ଉଲ୍ଲାଶ ସେଠୀ, ଜ୍ୟୋତି ରଂଜନ ବଗର୍ତି, ବସନ୍ତ ମହାକୁର, ଆଦିତ୍ୟ ମାଝୀ, ସଞ୍ଜୟ ନନ୍ଦଙ୍କ ସହିତ ବଲାଙ୍ଗିର ରେଞ୍ଜ ର ପାରା ଷ୍ଟାଫ୍ ଏହି ଚଢ଼ଉ କରିଥିଲେ ।
