ଆଜି ଚତୁର୍ଥ ଟି-୨୦ : କର ବା ମର ସ୍ଥିତିରେ ଭାରତ, ସିରିଜ ବରାବର ଲକ୍ଷ୍ୟ
ଆଜି ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ । ଆମେରିକାର ଫ୍ଲୋରିଡାରେ ମ୍ୟାଚ ଖେଳାଯିବ । ଭାରତୀୟ ସମୟ ରାତି ୮ଟାରେ ମୁକାବିଲା ହେବ । ଏଯାଏ ଖେଳାଯାଇଥିବା ୩ଟି ମ୍ୟାଚରୁ ୱେଷ୍ଟଇଣ୍ଡିଜ ପ୍ରଥମ ଦୁଇ ମ୍ୟାଚ ଜିତିଛି । ତୃତୀୟ ମ୍ୟାଚରେ ବାଜିମାରିଛି ଭାରତ । ୫ ଟିକିଆ ସିରିଜ୍ରେ ଭାରତ ୨-୧ରେ ପଛୁଆ ରହିଛି । ଆଗରେ ରହିଛି ଓ୍ୱେଷ୍ଟଇଣ୍ଡିଜ୍ ଟିମ୍ । ଯଦି ଆଜିର ମ୍ୟାଚ୍ ଓ୍ୱେଷ୍ଟଇଣ୍ଡିଜ୍ ଟିମ୍ ଜିତୁଛି, ତେବେ ସିରିଜ୍କୁ ନିଜ ନାମରେ କରିବାରେ ସଫଳ । ସେପଟେ ଭାରତ ପାଇଁ ଏହି ମ୍ୟାଚ୍ବି କର ବା ମର ସ୍ଥିତି । ସିରିଜ୍ରେ ରହିବାକୁ ହେଲେ ଆଜିର ମ୍ୟାଚ୍ ଜିତିବାକୁ ପଡିବ ।
ପ୍ରଥମ ଦୁଇଟି ମ୍ୟାଚ୍ରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଟିମ୍ । ଉଭୟ ମ୍ୟାଚ୍ରେ ଉଭୟ ବ୍ୟାଟିଂ ଏବଂ ବୋଲିଂ ଲାଇନ୍ଅପ୍ ଫେଲ ମାରିଥିଲା । ଯାହାଫଳରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ରେ ୨-୦ରେ ଆଗରେ ଥିଲା ଘରୋଇ ଟିମ୍ । ଶେଷରେ ଆସିଲା ତୃତୀୟ ଟି-୨୦ ମ୍ୟାଚ୍ । ଯଦି ଭାରତୀୟ ଟିମ୍ ୩ୟ ଟି-୨୦ ମ୍ୟାଚ୍ରେ ବିଜୟୀ ନହୁଏ, ତେବେ ସିରିଜ୍କୁ ହରାଇବସିଥାନ୍ତି । ହେଲେ ସିରିଜ୍ରେ ତୃତୀୟ ମ୍ୟାଚ୍ରେ କ୍ଲିକ୍ କରିଥିଲେ ଭାରତର ବ୍ୟାଟିଂ ଲାଇନ୍ଅପ । ଆଉ ଓ୍ୱେଷ୍ଟଇଣ୍ଡିଜ ଦେଇଥିବା ଟାର୍ଗେଟକୁ ୨ ଓଭର ବାକି ଥାଇ ହାସଲ କରିନେଇଥିଲା । ଶେଷରେ ସିରିଜ୍ରେ ବର୍ତ୍ତମାନ ସୁଦ୍ଧା ଭାରତ ୨-୧ରେ ରହିଛି ।
ଏ ଯାଏ ଭାରତ ଦଳଗତ ପ୍ରଦର୍ଶନ କରିପାରିନି । ବ୍ୟାଟିଂରେ ଓପନର ଇଶାନ କିସାନଙ୍କୁ ବଦଳାଇ ଯଶସ୍ବୀ ଜୟସ୍ବାଲ ସୁଯୋଗ ଦିଆଗଲା । କିନ୍ତୁ ସେ ଫେଲ ମାରିଲେ । ସେହିପରି ଶୁବମନ ଗିଲ ଭଲ ଖେଳିପାରୁ ନାହାନ୍ତି । ଏଭଳି ସ୍ଥିତିରେ କାହାକୁ ସୁଯୋଗ ଦେବ । ତାହା ଉପରେ ସମସ୍ତଙ୍କ ନଜର । ଗିଲ କିମ୍ବା ସଞ୍ଜୁସାମସନଙ୍କ ସ୍ଥାନରେ ପୁଣିଥରେ କିସାନଙ୍କୁ ଖେଳାଇବାକୁ ଚିନ୍ତା କରାଯାଉଛି । .ଶେଷ ଥର ପାଇଁ ଭାରତ ୨୦୧୬ରେ ୱେଷ୍ଟଇଣ୍ଡିଜ୍ ଠୁ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପରାଜିତ ହୋଇଥିଲା। ଏବେ ଭାରତ ୧-୨ରେ ପଛରେ ରହିଛି। ଏପଟେ ୱେଷ୍ଟଇଣ୍ଡିଜର ଟପ ଅର୍ଡର ଏପର୍ଯନ୍ତ କ୍ଲିକ କରିନାହିଁ । ଫଳରେ ଦିନିକିଆ ଅଧିନାୟକ ସାଇ ହୋପଙ୍କ ଖେଳିବା ସମ୍ଭାବନା ଅଧିକ ।
ଭାରତୀୟ ଦଳ ସମ୍ଭାବ୍ୟ ଦଳ : ଶୁଭମନ ଗିଲ୍, ଯଶସ୍ଵୀ ଜୟସଓ୍ଵାଲ୍, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର।
ୱେଷ୍ଟଇଣ୍ଡିଜ୍ ଦଳ ସମ୍ଭାବ୍ୟ ଦଳ : ବ୍ରେଣ୍ଡନ କିଙ୍ଗ, କାଇଲ ମେୟର୍ସ, ଜନସନ ଚାର୍ଲ୍ସ, ନିକୋଲାସ ପୂରନ(ଓ୍ଵିକେଟ୍ କିପର), ରୋଭମ୍ୟାନ ପାଓ୍ଵେଲ୍(ଅଧିନାୟକ), ସିମରନ ହେଟମାୟର, ରୋମାରିଓ ସେଫାର୍ଡ, ରୋଷ୍ଟନ ଚେଜ୍, ଅକିଲ ହୋସେନ, ଅଲଜାରୀ ଯୋଶେଫ, ଅବେଡ ମକେୟ।
