ଟିଡବ୍ଲୁଜେଏ ପକ୍ଷରୁ ଫୋର୍ଥ ପିଲାର ଆୱାର୍ଡ଼ ସେରିମନି ପାଳିତ ଜର୍ଣ୍ଣାଲିଷ୍ଟ ଆଇକନ ଆୱାର୍ଡ଼ ଚିତ୍ତରଞ୍ଜନ ଚିରଞ୍ଜିିତ ଶୟଦ୍ ଇମତିଆଜ ହୁସେନଙ୍କୁ ଫୋର୍ଥ ପିଲାର ସମ୍ବାଦ ଗୌରବ ଆୱାର୍ଡ଼
ତାଳଚେର : ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଏମସିଏଲ ଜଗନ୍ନାଥ କ୍ଳବ୍ ତାଳଚେର ପରିସରରେ ଫୋର୍ଥ ପିଲାର ଆୱାର୍ଡ଼ ସେରିମନି ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ହିଙ୍ଗୁଳା କ୍ଷେତ୍ର ମହା ପ୍ରବନ୍ଧକ ଏ କେ ସ୍ଵର୍ଣ୍ଣକର୍ , ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ଭାବେ ଚିତ୍ତରଞ୍ଜନ ଚିରଞ୍ଜିତ୍ , ଘୋଷକ ଶକ୍ତି ସାଇ ମିଶ୍ର , ଆପଣ ଏକା ନୁହଁନ୍ତି କାର୍ଯ୍ୟକ୍ରମର ପ୍ରଯୋଜକ ପ୍ରସନ୍ନ ସୁବୁଦ୍ଧି ପ୍ରମୁଖ ଯୋଗଦେଇ ପ୍ରଥମେ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ୍ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ । ସଂଘର ବରିଷ୍ଠ ସଦସ୍ୟ ଧୀର ମୋହନ ରାୟ ମଞ୍ଚ ପରିଚାଳନା କରି ମଞ୍ଚାସିନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଆଲୋଚନାର ବିଷୟ ବସ୍ତୁ ଚକ୍ରବ୍ୟୁହରେ ସାମ୍ବାଦିକତା ଥିବା ବେଳେ ଅତିଥି ମାନେ ଏହା ଉପରେ ବକୃତା ପ୍ରଦାନ କରିଥିଲେ । ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଫୋର୍ଥ ପିଲାର ଆୱାର୍ଡ଼ ସେରିମନି କାର୍ଯ୍ୟକ୍ରମ ଚଳିତ ବର୍ଷକୁ ମିଶାଇ ୧୭ ବର୍ଷ ଧରି ଚାଲି ଆସୁଥିବା ବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବୈଦୁତିକ ଗଣମାଧ୍ୟମ ଏବଂ ଛାପା ଗଣମାଧ୍ୟମର ମିଡ଼ିଆ ମହାରଥୀ ମାନଙ୍କୁ ପୁରସ୍କାର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ସେଥି ମଧ୍ୟରେ ଫୋର୍ଥ ପିଲାର ଜର୍ଣ୍ଣାଲିଷ୍ଟ ଆଇକନ ଆୱାର୍ଡ଼ ଚିତ୍ତ ରଞ୍ଜନ ଚିରଞ୍ଜିିତଙ୍କୁ ଦିଆଯାଇଥିବା ବେଳେ ଶୟଦ୍ ଇମତିଆଜ ହୁସେନଙ୍କୁ ଫୋର୍ଥ ପିଲାର ସମ୍ବାଦ ଗୌରବ ଆୱାର୍ଡ଼ ପ୍ରଦାନ କରାଯାଇଥିଲା । ସେହିପରି ତାଳଚେର ଅଞ୍ଚଳର ଶିଶୁ ପ୍ରତିଭା ସ୍ନେହାଲ ବରାଳଙ୍କୁ ଫୋର୍ଥ ପିଲାର ଲିଟିଲ୍ ଷ୍ଟାର ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା ବେଳେ ଅରବିନ୍ଦ ନନ୍ଦୀଙ୍କୁ ଫୋର୍ଥ ପିଲାର ସୋସିଆଲ ସର୍ଭିସ୍ ଆୱାର୍ଡ଼ , ଅମରେନ୍ଦ୍ର ବେହେରାଙ୍କୁ ଫୋର୍ଥ ପିଲାର ମିଷ୍ଟେରି ଆୱାର୍ଡ଼ ଏବଂ ଅରୁଣ କୁମାର ସ୍ଵର୍ଣ୍ଣକରଙ୍କୁ ଫୋର୍ଥ ପିଲାର ସୋସିଆଲ ଆଣ୍ଡ କଲଚୁରାଲ ୱେଲଫେୟାର ଆୱାର୍ଡ଼ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଶ୍ରୀୟାନ୍ଶ ପ୍ରଧାନ , ପ୍ରିୟଙ୍କା ପ୍ରିୟଦର୍ଶିନି ପ୍ରଧାନ ଏବଂ ଯୁବ ସମାଜସେବୀ ରାଜେଶ୍ ଦାସଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ସଂଘରେ ନୂତନ ଭାବେ ଯୋଗଦେଇଥିବା ସଦସ୍ୟ ଦୁର୍ଗା ପ୍ରସାଦ ସ୍ୱାଇଁ , ସୌମିତ୍ର ସେନାପତି ଏବଂ ଅରୁଣ କୁମାର ପ୍ରଧାନଙ୍କୁ ଉପସ୍ଥିତ ଅତିଥି ମାନେ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ପରେ ମଞ୍ଚାସିନ ଅତିଥି ମାନେ ଗଣମାଧ୍ୟମ ସମାଜର ଚତୁର୍ଥ ସ୍ତମ୍ଭ , ଏହା ସମାଜର ଜାଗ୍ରତ ପ୍ରହରୀ , ସୁସ୍ଥ ସମାଜ ଗଠନ କରିବାରେ ଗଣମାଧ୍ୟମ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ସାମ୍ବାଦିକ ମାନେ ପ୍ରତିଦିନ ଘଟୁଥିବା ଘଟଣାଗୁଡ଼ିକୁ ନିର୍ଭୁଲ ଭାବେ ଲୋକ ମାନଙ୍କ ନିକଟରେ ଉପସ୍ଥାପନ କରିଥାନ୍ତି । ପ୍ରଶାସନର ପ୍ରତ୍ୟେକଟି କାର୍ଯ୍ୟକ୍ରମକୁ ନିଜ ନିଜ ଶୈଳୀରେ ପ୍ରକାଶ କରି ସାମ୍ବାଦିକ ମାନେ ଏକ ସେତୁ ସଦୃଶ କାର୍ଯ୍ୟ କରିଆସୁଛନ୍ତି । ଏକ ଗଣତନ୍ତ୍ର ରାଷ୍ଟ୍ରରେ ସାମ୍ବାଦିକ ମାନେ ନିଜର ମୌଳିକ କର୍ତ୍ତବ୍ୟ ସଠିକ୍ ଭାବରେ ପ୍ରତିପାଦନ କରିବା ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ମଦନ ମୋହନ ସାହୁ , ସାଧାରଣ ସମ୍ପାଦକ ଦେବ ରଞ୍ଜନ ସାମଲ , ସୌଭାଗ୍ୟ ଚନ୍ଦ୍ର ନାୟକ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ବେଳେ ସଂଘର ସଦସ୍ୟ ରବୀନ୍ଦ୍ର କୁମାର ମହାରଣା , ଶୟଦ ଜୁଲ୍ଫିକର୍ ହୁସେନ , ମନିଲ୍ ମହାରଣା , ବିକାଶ ସାହୁ , ବାସୁଦେବ ପ୍ରଧାନ , ବାପୁଜୀ ସାମଲ , ଶିଶିର ସାମଲ , ମଣ୍ଟୁ ମହାନ୍ତି , ନରୋତ୍ତମ ସାହୁ , ରାଉତରାୟ ନାଏକ , ରୁଦ୍ର ମୋହନ ଗଡନାୟକ , ସଞ୍ଜୟ କୁମାର ଦଳେଇ , ସମାଜସେବୀ ବିଭୂତି ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
