ଦେଶରେ ଆଉ ୩,୯୪୭ ସଂକ୍ରମିତ ଓ ୯ ମୃତ
ନୂଆଦିଲ୍ଲୀ : ଦେଶରେ କରୋନାର ନୁଆ ମାମଲା ଅଳ୍ପ କମିବାର ଲକ୍ଷ୍ୟ କରାଯାଉଛି । ଶୁକ୍ରବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ପୁରା ଦେଶରେ ସମୁଦାୟ ୩ ହଜାର ୯୪୭ ଜଣ ନୂଆ ରୋଗୀ ସାମନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ଲୋକଙ୍କ ସଂଖ୍ୟା ୫,୦୯୬ ଜଣ ରେକର୍ଡକୁ ଆସିଛି । ସଂକ୍ରମିତ ମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟ ହୋଇଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ ଶୁକ୍ରବାର ସକାଳ ସୁଦ୍ଧା ଦେଶରେ ସମୁଦାୟ ୪ କୋଟି ୪୦ ଲକ୍ଷ ୧୯ ହଜାର ୦୯୫ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । କରୋନାର ରିକଭରି ରେଟ ୯୮.୭୩ ପ୍ରତିଶତ ଅଛି । ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଆଜିସୁଦ୍ଧା ସମୁଦାୟ ୩୯ ହଜାର ୫୮୩ ରେ ପହଂଚିଛି । ପ୍ରତିଦିନ ସଂକ୍ରମଣ ଦର ୧.୨୩ ପ୍ରତିଶତ ଅଛି ।
ଆଇସିଏମ୍ଆରଙ୍କ ରିପୋର୍ଟ ଅନୁସାରେ ଶୁକ୍ରବାର ସୁଦ୍ଧା ୩.୨୦ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଅଛି । ବର୍ତମାନ ସୁଦ୍ଧା ସମୁଦାୟ ୮୯.୫୦ କୋଟ ି କରୋନା ଟେଷ୍ଟ କରାଯାଇସାରିଲାଣି ।
