୩୧ଟି ପୁରାତନ ଚୋରି ମୂର୍ତି ଉଦ୍ଧାର, ୪ ଗିରଫ ମୋବାଇଲ, ବନ୍ଧୁକ ସହ ବ୍ୟବହୃତ ଯନ୍ତ୍ରାଂଶ ଜବତ
କୋରେଇ : ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି ଅପରାହ୍ନରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଯାଜପୁର ଆରକ୍ôଷ ଅଧିକ୍ଷକ ଭିନିତ ଅଗ୍ରୱାଲ ମୂର୍ତି ଚୋରିର ପର୍ଦାଫାସ କରିଛନ୍ତି । ଗତ କିଛି ଦିନ ହେବ ମୂର୍ତି ଚୋର ଜିଲ୍ଲାର ଯାଜପୁର, ଜେନାପୁର ଓ ଧର୍ମଶାଳା ଥାନା ଅଂଚଳରୁ ପୁରାତନ ମୂର୍ତି ଚୋରି କରିଛନ୍ତି । ଏନେଇ ଧର୍ମଶାଳା ଥାନା ପାଟପୁର ସିଦ୍ଧ ବଳଦେବ ଜୀୟୁ ମନ୍ଦରରୁ ମୂର୍ତି ଚୋରି ନେଇ ଧର୍ମଶାଳା ଥାନାରେ ଗତ ୨୦୨୨ ନଭେମ୍ବର ୧୧ ତାରିଖ ଏକ ମାମଲା ୬୦୯/୨୨ ହୋଇଥିଲା । ଯାଜପୁର ଥାନା ରଘୁନାଥ ଜୀଉ ମନ୍ଦିରରୁ ଗତ ଫେବୃଆରୀ ୨୦ ତାରିଖ ମୂର୍ତି ଚୋରି ହୋଇଥିଲା । ଯାହା ଯାଜପୁର ଥାନାରେ କେଶ ନମ୍ବର ୬୦/୨୩ ରୁଜ୍ଜୁ କରାଯାଇଥିଲା । ସେହିପରି ଜେନାପୁର ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ମନ୍ଦିରରୁ ମୂର୍ତି ଚୋରି ହେବା ନେଇ କେଶ ନମ୍ବର ୪୮/୨୩ ରୁଜ୍ଜୁ କରାଯାଇଥିଲା । ବାରମ୍ବାର ମନ୍ଦିରରୁ ଚୋରି ପୁଲିସ ପାଇଁ ଏକ ବଡ ଚ୍ୟାଲେଂଜ ସୃଷ୍ଟି କରିଥିଲା । ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ମୂର୍ତି ଚୋରଙ୍କୁ ଠାବ କରିବାକୁ ଏକ ସ୍ୱତନ୍ତ୍ର ଟିମ ଗଢାଯାଇଥିଲା । ମୂର୍ତି ଚୋରଙ୍କ ଗତିବିଧି ଉପରେ ଏହି ଟିମ ନଜର ରଖିଥିଲା । ଫଳରେ ଏହି ଟମି ସଫଳତା ପାଇଥିଲା । ମୂର୍ତି ଚୋରଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ଯାଜପୁର ଥାନା ଓ ଜେନାପୁର ଥାନା ଅଂଚଳରୁ ମନ୍ଦରରୁ ଚୋରି ହୋଇଥିବା ୩୧ଟି ବିରଳ ଅଷ୍ଟଧାତୁ ଓ ତମ୍ବା ମୂର୍ତି. ଏକ ନମ୍ବର ବିହିନ ଟିଭିଏସ ବାଇକ, ଗୁଳି ସହ ଗୋଟିଏ ବନ୍ଧୁକ, ୩ଟି ମୋବାଇଲ ଓ ଲୁଟ କରିବା ପାଇଁ ବ୍ୟବହୃତ ଯନ୍ତ୍ରାଂଶ ଜବତ କରିବାକୁ ସକ୍ଷମ ହୋଇଥିଲା । ଏଥି ସହିତ ଉତରପ୍ରଦେଶର ପ୍ରହଲ୍ଲାଦ ସିଂହଙ୍କ ପୁଅ ଅରବିନ୍ଦ କୁମାର ସିଂହ(୪୩), ମୁନା ସାହାଙ୍କ ପୁଅ ବାବେର ଓରଫ ଜାଭେଦ(୪୦), ୰ଉମାଦତ ଶୁକ୍ଳାଙ୍କ ପୁଅ ବିଜୟ ଓରଫ ପଣ୍ଡିତ ଶୁକ୍ଳା ଓ ବାଲେଶ୍ୱର ଜିଲ୍ଲା ନିଳଗିରିର ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ପୁଅ ଶଶିଧର ନାଏକ (୪୯) କୁ ଗିରଫ କରାଯାଇଛି । ଏମାନଙ୍କର ଧର୍ମଶାଳା ଥାନା ପାଟପୁର ବଳଦେବ ଜୀୟୁ ମନ୍ଦିର ଚୋରିରେ ସମ୍ପୃକ୍ତି ଥିବା ଜଣାପଡିଛି । ଏନେଇ ଅଧିକ ତଦନ୍ତ ଚାଲୁ ରହିଛି । ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଯୋଜନା ଚାଲୁ ରହିଛି । ଉଦ୍ଧାର ହୋଇ ନଥିବା ମୂର୍ତି ଉଦ୍ଧାର ସହ ଅଭିଯୁକ୍ତ ମାନଙ୍କୁ ପୁଲିସ ଠାବ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି । ଏହି ସମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସମତେ ଅତିରିକ୍ତ ଏସପି ନାରାୟଣ ଚନ୍ଦ୍ର ବାରିକ, ଯାଜପୁରରୋଡ ଏସଡିପିଓ ସଂଜୟ କୁମାର ପଟ୍ଟନାୟକ, ଯାଜପୁର ଥାନାଧିକାରୀ ଅଜୟ କୁମାର ଜେନା, ଜେନାପୁର ଥାନାଧିକାରୀ ଉମାକାନ୍ତ ନାୟକ, ଧର୍ମଶାଳା ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
